ମହିଳାଙ୍କୁ ନିର୍ଯାତନା, ଶାଶୁଘର ଲୋକଙ୍କ ନାଁରେ ଏତଲା

ଆର.ଉଦୟଗିରି,୨୩ା୫(ଡି.ଏନ.ଏ.)-ଆର.ଉଦୟଗିରି ଥାନା ସରଳାପଦର ଗ୍ରାମର ଜଣେ ମହିଳାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ବିବାହର ୧୩ ବର୍ଷ ପରେ ନିର୍ଯାତନାର ଶିକାର ହୋଇଥିବା ନାରାୟଣୀ ନାୟକଙ୍କ ଏତଲାକ୍ରମେ ନଂ.୫୫/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ନାରାୟଣୀ ତାଙ୍କରି ଗ୍ରାମର ଜଣଙ୍କୁ ପ୍ରେମ ବିବାହ କରିଥିଲେ। ଗ୍ରାମବାସୀଙ୍କ ନିଷ୍ପତ୍ତି ପ୍ରକାରେ ୨୦୦୭ ଅକ୍ଟୋବର ୩୧ରେ ବିବାହ ହୋଇଥିଲେ ମଧ୍ୟ ପରିବାର ଲୋକେ ଗ୍ରହଣ ନ କରିବାରୁ ଦମ୍ପତି ଗ୍ରାମରେ ଘର ଭଡ଼ା ନେଇ ରହୁଥିଲେ। ସେମାନଙ୍କର ୧୦ ବର୍ଷର ଝିଅ ଓ ୭ ବର୍ଷର ପୁଅ ଅଛନ୍ତି। ନାରାୟଣୀ ଓ ତାଙ୍କ ସ୍ବାମୀ ଭୁବନେଶ୍ୱର ଯାଇ ରେଷ୍ଟୁରାଣ୍ଟରେ କାମ କରୁଥିଲେ । ୨ ମାସ ତଳେ ଶାଶୁଘର ପରିବାର ଲୋକେ ଭୁବନେଶ୍ୱର ଯାଇ ସ୍ବାମୀଙ୍କୁ ଗ୍ରାମକୁ ଡାକିଥିଲେ। ସେମାନେ ନାରାୟଣୀଙ୍କ ବିରୋଧରେ କହିବାରୁ ସ୍ବାମୀ ଆଉ ଭୁବନେଶ୍ୱର ଗଲେନି। ପରେ ନାରାୟଣୀ ସ୍ବାମୀଙ୍କୁ ଡ଼ାକିବାକୁ ଗ୍ରାମକୁ ଆସିଥିବା ବେଳେ ସ୍ବାମୀଙ୍କ ସମେତ ଶାଶୁ, ଦେଢ଼ଶୁର, ଦେଢ଼ଶାଶୁ ଏବଂ ପରିବାରର ଅନ୍ୟମାନେ ନିର୍ଯାତନା ଦେଇଥିଲେ । ଏହା ସହ୍ୟ କରି ନ ପାରି ନାରାୟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସଆଇ ବିଶ୍ୱଜିତ ଜେନା ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା...

ଭାଉଜଙ୍କୁ ଟଣାଓଟରା କରିବା ସହ ସୁନା ଚେନ ଲୁଟ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଭାଉଜଙ୍କୁ ଟଣାଓଟରା କରିବା ସହ ବେକରୁ ଏକ ସୁନା ଚେନ ଲୁଟି ନେଇଥିବା ନେଇ...

୫୦ ହଜାର ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ଶାରୀରିକ...

ପଞ୍ଚାୟତିରାଜ ଦିବସ ପାଳିତ: ୩୯ ହିତାଧିକାରୀ ପାଇଲେ ରାଶନ କାର୍ଡ

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି...

ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜଳିଗଲା

ଦିଗପହଣ୍ଡି,୨୪।୪ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ବଡଦାଣ୍ଡ ସାହିର ନର୍ମଦା ସାହୁ ଙ୍କ ଗ୍ରୋସରୀ ଦୋକାନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬...

ଧୂମୁଛାଇ ଉପନିର୍ବାଚନ ଫଳଫଳ: ଭାଜପା ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀଙ୍କ ବାଜିମାତ୍‌

ବେଲଗୁଣ୍ଠା,୨୪ା୪(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ହୋଇଥିବା ବେଳେ ଆଜି ଭୋଟ୍‌ ଗଣତି କରାଯାଇ ଫଳାଫଳ...

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image