ମହିଳାଙ୍କୁ ପ୍ରତାରଣା କରି ଫେରାର ହେବା ଘଟଣା: ଦୁଇ ବର୍ଷ ପରେ ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୨୮।୮: ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ସହ ଶାରୀରିିକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଟାଉନ୍‌ ଥାନା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ସେ ହେଲେ ଗାନ୍ଧୀନଗର ୯ମ ସାରଣୀରେ ରହୁଥିବା ଲଲାଟେନ୍ଦୁ ଦଳାଇ (୩୯)। ମାମଲା(ନଂ-୧୬୦/୧୭) ଅନୁସାରେ ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

ସୂଚନାନୁଯାୟୀ, ଦୁଇବର୍ଷ ତଳେ ଉକ୍ତ ମହିଳାଙ୍କ ସହ ଲଲାଟେନ୍ଦୁଙ୍କ ପ୍ରେମ ସମ୍ପର୍କ ରହିଥିଲା। ଏପରିକି ସେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲେ। ହେଲେ ବିବାହ କରିବାକୁ ମହିଳାଜଣଙ୍କ ଜିଦ କରିବାରୁ ଲଲାଟେନ୍ଦୁ ତାଙ୍କୁ ଧମକ ଦେବା ସହ ଫେରାର ହୋଇଯାଇଥିଲେ। ପ୍ରତାରଣାର ଶିକାର ହେବା ଜାଣିବା ପରେ ପୀଡ଼ିତା ଗତ ୨୦୧୭ ସେପ୍ଟେମ୍ବର ୪ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରଠାରୁ ଲଲାଟେନ୍ଦୁ ଫେରାର ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିବା କହିଛି।