Categories: ଗଞ୍ଜାମ

ମହିଳାଙ୍କୁ ପ୍ରତାରଣା, ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୧୯ା୯: ଜଣେ ଦଳିତ ମହିଳାଙ୍କୁ ପ୍ରତାରଣା କରିବା ସହ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ସୁଜିତ କୁମାର ସାହୁ। ତାଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ସୁଜିତ ବ୍ରହ୍ମପୁରରେ ଏକ ହୋଟେଲ କରିଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ତାଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। ପରେ ତାଙ୍କ ଅଶ୍ଳୀଳ ଫଟୋ ଉଠାଇ ବିଭନ୍ନ ସ୍ଥାନକୁ ନେଇ ରଖିଥିଲେ। ଶେଷରେ ତାଙ୍କୁ ଜାତିଆଣ ମନ୍ତବ୍ୟ ଦେବା ସହ ପ୍ରତାରଣା କରିଥିଲେ। ପୀଡ଼ିତା ଜଣଙ୍କ ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ବୁଧବାର ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଛି। କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି।