ମହିଳାଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୮ା୧୨-ଚାକିରି କରାଇ ଦେବାକୁ କହି ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଖଜୁରିପଡା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା ସୂଚନା ଅନୁଯାୟୀ, ଫୁଲବାଣୀର ସମ୍ପୃକ୍ତ ଯୁବକ ମହିଳା ଜଣଙ୍କୁ ଚାକିରି କରାଇ ଦେବାକୁ କହି ଫୁଲବାଣୀ ଡାକି ଏକ ହୋଟେଲରେ ରଖିଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିବା ସହ ଏହି ସମୟର ଭିଡିଓ ଉତ୍ତୋଳନ କରି ବ୍ଲାକମେଲ କରୁଥିଲେ। ମହିଳା ଜଣକ ଥାନାରେ ଅଭିଯୋଗ କରିବାରୁ ନଂ.୧୦୭/୧୯ରେ ମାମଲା ରୁଜୁ କରିଥିଲା। ଏସ୍‌ଟି/ଏସି ମାମଲା ହୋଇଥିବାରୁ ସଦର ଏସ୍‌ଡିପିଓ ମହେନ୍ଦ୍ର ମୁର୍ମୁ ଏହାର ତଦନ୍ତ କରୁଥିଲେ।

Share