ମହିଳାଙ୍କୁ ମେଡିକାଲ ନେବା ସମୟରେ ଓଲଟିଲା ଅଟୋ, ଆଶାକର୍ମୀଙ୍କ ସମେତ ୪ ଆହତ

ଛତ୍ରପୁର,୨୧ା୫(ଡି.ଏନ୍‌.ଏ.): ବ୍ରହ୍ମପୁର ବଡ଼ ମେଡିକାଲକୁ ଜଣେ ମହିଳାଙ୍କୁ ନେଇ ଯାଉଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଏକ ଅଟୋ ଛତ୍ରପୁରସ୍ଥିତ ଡିଆରଡିଏ କାର୍ଯ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ଅଟୋ ଚାଳକ ଗୌତମ ପ୍ରଧାନ, ଖଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତ ଅଧୀନ ମାଣିକପୁର ଗାଁର ଆଶାକର୍ମୀ ଆଶା ରାଣୀ ପ୍ରଧାନ, ମଲ୍ଲୀ ସିଂ ଓ ତାଙ୍କ ଝିଅ ପ୍ରତିମା ନାହାକ। ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଛତ୍ରପୁର ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Share