ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଅଟକ

ବୁଗୁଡ଼ା,୨୫ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେଇଥିବା ନେଇ ଶନିବାର ରାତିରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ ବୁଗୁଡ଼ା ପୋଲିସ ନଂ. ୧୬୯/୧୯ରେ ଏକ ମାମଲା ରୁଜୁ କରି ରବିବାର ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖିଛି। ପ୍ରକାଶ ଯେ, ୨ ବର୍ଷ ପୂବେ ଗାଙ୍ଗପୁର ଥାନା କଳାସୂତା ଗ୍ରାମର ନମିତା ଜେନାଙ୍କ ଉକ୍ତ ଗ୍ରାମରେ ବିବାହ ହୋଇଥିଲା। ବିବାହର ବର୍ଷେ ପରେ ସ୍ବାମୀ ଘର ପକ୍ଷରୁ ନମିତାଙ୍କୁ ଅଧିକ ଯୌତୁକ ଆଣିବାକୁ ଦାବି କରି ଶାରୀରିକ ନିର୍ଯାତନା ଦିଆଯାଉଥିଲା। ତେଣୁ ନମିତା ସେତବେଳେ ଶ୍ୱଶୁର ଘର ଛାଡ଼ି ବାପଘରକୁ ଆସିଯାଇଥିଲା। ବର୍ତ୍ତମାନ ପ୍ରାୟ ଏକ ବର୍ଷ ହେଲା ସେ ବାପ ଘରେ ରହୁଛନ୍ତି। କିନ୍ତୁ କୌଣସି ପ୍ରକାର ସମାଧାନ ହୋଇପାରି ନ ଥିବାରୁ ନମିତା ଥାନାରେ ଅଭିଯୋଗ କରିଥିଲେ।