Categories: ଜାତୀୟ

ମହିଳାଙ୍କୁ ସାଲ୍ୟୁଟ କଲେ ରାହୁଲ

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ସମସ୍ତ ମହିଳାଙ୍କୁ ସାଲ୍ୟୁଟ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଦେଶର ସମସ୍ତ ମା’ ଓ ଭଉଣୀମାନଙ୍କୁ ମୋର ସାଲ୍ୟୁଟ। କାରଣ ସେମାନେ ବହୁମାତ୍ରାରେ ଚଳିତ ଲୋକ ସଭା ନିର୍ବାଚନରେ ପ୍ରାର୍ଥୀ ହେଉ ଅବା ଭୋଟର ଭାବେ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିଛନ୍ତି। ତେଣୁ ନିର୍ବାଚନରେ ଏମାନଙ୍କର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହାସହ ରାହୁଲ ଏକ ୩୦ ସେକେଣ୍ଡର ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ କେତେଜଣ ମହିଳା ଭୋଟରଙ୍କୁ ଦେଖିବାକୁ ମିଳିଛି।

Share