Categories: ଫୁରସତ

ମହିଳାଙ୍କୁ ସୁରକ୍ଷା ଦେବ ସ୍ମାର୍ଟ ଚୁଡ଼ି

ଆଜିକାଲି ମହିଳା ନିଖୋଜ, ଅପହରଣ, ବଳାତ୍କାର ପରି ଘଟଣା ଦ୍ରୁତ ଗତିରେ ବଢ଼ିଚାଲିଛି। ଏହାକୁ ରୋକିବା ତଥା ମହିଳାଙ୍କ ସୁରକ୍ଷା ପାଇଁ ହାଇଦ୍ରାବାଦର ଗଡି ହରିଶ ନାମକ ଜଣେ ୨୩ ବର୍ଷୀୟ ଛାତ୍ର ଏକ ସ୍ମାର୍ଟ ଚୁଡ଼ି ତିଆରି କରିଛନ୍ତି। ଏହି ଚୁଡ଼ି ସଂକଟ ସମୟରେ ମହିଳାଙ୍କ ବନ୍ଧୁ, ପରିବାର ଏବଂ ସମ୍ପର୍କୀୟଙ୍କ ସହିତ ପୋଲିସ ଷ୍ଟେଶନକୁ ମେସେଜ୍‌ ପଠାଇଦେବ। ଯେତେବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେବ ସେତେବେଳେ ଏହି ଚୁଡ଼ିର ଏକ ବିଶେଷ କୋଣକୁ ଘୂରାଇଲେ ଏଥିରେ ଲାଗିଥିବା ଡିଭାଇସ୍‌ ଆକ୍ଟିଭ ହୋଇଯିବ। ପରେ ଏହା ନିର୍ଦ୍ଦିଷ୍ଟ ଅଞ୍ଚଳ ସହିତ ଯୋଗାଯୋଗ କରିବା ପାଇଁ ମେସେଜ୍‌ ପଠାଇବ।

ହରିଶ ତିଆରି କରିଥିବା ଆତ୍ମ ସୁରକ୍ଷା ଡିଭାଇସ୍‌ ଆକ୍ଟିଭେସନ ସମୟରେ ଯଦି କୌଣସି ମହିଳାଙ୍କୁ ଧରିବା ପାଇଁ ଚେଷ୍ଟା କରାଯିବ ତେବେ ଚୁଡ଼ିର ଉପର ଅଂଶ ଖୁବ୍‌ ଜୋର୍‌ରେ ଝଟ୍‌କା ଦେବ। ହରିଶ କୁହନ୍ତି, ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ବଜାରରେ ଅନେକ ଡିଭାଇସ୍‌ ମିଳୁଛି। କିନ୍ତୁ ଏହି ଚୁଡ଼ି ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ତିଆରି କରାଯାଇଛି। ଏହା ମହିଳାଙ୍କୁ ପୂର୍ଣ୍ଣମାତ୍ରାରେ ସୁରକ୍ଷା ଯୋଗାଇ ଦେବ। ଏହି ପ୍ରୋଜେକ୍ଟକୁ ସେ ତାଙ୍କ ବନ୍ଧୁଙ୍କ ସହାୟତା ନେଇ ତିଆରି କରିଛନ୍ତି। ଏହି ପ୍ରୋଜେକ୍ଟକୁ ଆଗକୁ ବଢ଼ାଇବା ସହିତ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପଦକ୍ଷେପ ନିଇନ୍ତୁ ବୋଲି ହରିଶ ନିବେଦନ କରିଛନ୍ତି।

Share