Categories: ଫୁରସତ

ମହିଳାଙ୍କୁ ସୁରକ୍ଷା ଯୋଗାଇବ ଏହି ରିଭଲ୍‌ଭର୍‌

ନୂଆଦିଲ୍ଲୀ : ସାତ ବର୍ଷ ପୂର୍ବରୁ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣା ସାରା ଦେଶରେ ଚହଳ ପକାଇଥିଲା। ଏହାପରେ କାନପୁରର ଅର୍ଡନାନ୍ସ ଫ୍ୟାକ୍ଟ୍ରି ମହିଳାଙ୍କ ଲାଗି ଏକ ଲାଇଟ୍‌ ଓ୍ବେଟ୍‌ ରିଭଲ୍‌ଭର ଡିଜାଇନ୍‌ କରିବାକୁ ଆଗେଇ ଆସିଥିଲା। ପାଞ୍ଚ ବର୍ଷ ପୂର୍ବେ ଏଭଳି ରିଭଲ୍‌ଭରକୁ ଲଞ୍ଚ କରି କମ୍ପାନୀ ଏହାର ନାମ ରଖିଥିଲା ନିର୍ଭୀକ । ଏବେ ସୁଦ୍ଧା ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ ୨,୫୦୦ଟି ରିଭଲ୍‌ଭର ବିିକ୍ରି ହୋଇଛି। ଏହାର ଓଜନ ୫୦୦ ଗ୍ରାମ୍‌ ଓ ଏହାକୁ ମହିଳାମାନେ ପର୍ସରେ ରଖିପାରିବେ । ଏହାକୁ କମ୍ପାନୀ ଲଞ୍ଚ କଲାବେଳେ ରିଭଲ୍‌ଭର୍‌ର ଦାମ୍‌ ଥିଲା ୧.୨୦ ଲକ୍ଷ , ଏବେ ଜିଏସ୍‌ଟି ସହ ଦାମ୍‌ ରହିଛି ୧.୪୦ ଲକ୍ଷ। ଏହା ସହଜରେ ୧୦ ମିଟର ଯାଏ ଲକ୍ଷ୍ୟଭେଦ କରିପାରିବ। କିନ୍ତୁ ଫ୍ୟାକ୍ଟ୍ରି ୧୫ ମିଟର ଯାଏ ଏହା ଲକ୍ଷ୍ୟ ଭେଦ କରିପାରିବ ବୋଲି ଦାବି କରେ। ନିର୍ଭୀକର ମେଣ୍ଟେନାନ୍ସ ଖର୍ଚ୍ଚ ବହୁତ କମ୍‌। ଏହା ଟିଟାନିୟମ ଆଲଏ ମେଟାଲ୍‌ରେ ତିଆରି ହୋଇଥିବାରୁ ଆଦୌ କଳଙ୍କି ଲାଗେନାହିଁ ।

Share