ପୁଞ୍ଚ,୪।୮: ଜମ୍ମୁ-କଶ୍ମୀରର ସୁରାନକୋଟେ ଅଞ୍ଚଳରେ ଥିବା ଫସାଲା ବାଦ ଗାଁରେ ଭାରତୀୟ ସେନା ଦ୍ୱାରା ଏକ ଟେଲରିଂ ୟୁନିଟ୍ ଖୋଲିଛି। ଏଥିରେ ବହୁ ସଂଖ୍ୟାରେ ମହିଳା ଓ ବରିଷ୍ଠ ନାଗରିକ ଯୋଗ ଦେଇଛନ୍ତି। ତେବେ ମହିଳାମାନଙ୍କୁ ସ୍ବାବଲମ୍ବି କରାଇବା ଉଦ୍ଦେଶ୍ୟରେ ଏହି ୟୁନିଟ ଖୋଲାଯାଇଥିବା ପ୍ରକାଶ କରିଛନ୍ତି ମେଜର ଜେନରାଲ ପି ଏସ୍ ବାଜଓ୍ବା। ଏହି ୟୁନିଟରେ ମହିଳାମାନଙ୍କୁ ଟେଲରିଂ ଉପରେ ୬ ମାସର ପ୍ରଶିକ୍ଷଣ ଦିଆଯିବ। ଆଗକୁ ମଧ୍ୟ ସେନା ଦ୍ୱାରା ଆହୁରି ଏମିତି କିଛି କାମ କରାଯିବ ବୋଲି ବାଜଓ୍ବା ସୂଚନା ଦେଇଛନ୍ତି। ଏହି ଟେଲରିଂ ୟୁନିଟ୍ ଖୋଲିବା ଦ୍ୱାରା ସ୍ଥାନୀୟ ମହିଳା ମଧ୍ୟ ଖୁସି ପ୍ରକାଶ କରିଛନ୍ତି।