ମହିଳାଙ୍କୁ ସ୍ବାବଲମ୍ବୀ ଲାଗି ସାପ୍ତାହିକ ହାଟ ଉଦ୍‌ଘାଟନ କଲେ ଜିଲାପାଳ

ମୁନିଗୁଡ଼ା,୨୬।୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମପଞ୍ଚାୟତର ସ୍ବାବଲମ୍ବୀ ସାପ୍ତାହିକ ହାଟ ବୁଧବାର ଉଦ୍‌ଘାଟନ ହୋଇଛି। ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଏଲ୍‌ଏମ୍‌ ଓ ଓଆରଏମ୍‌ଏସ୍‌ର ମିଳିତ ଆନୁକୂଲ୍ୟରେ ଏବଂ ପଞ୍ଚାୟତ ସମିତି ସହାୟତାରେ ଏହା ଉଦ୍‌ଘାଟିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହା ସହ ମହିଳାମାନେ କିପରି ସ୍ବାବଲମ୍ବୀ ହୋଇ ପାରିବେ ଏବଂ ଏହି ସାପ୍ତାହିକ ହାଟର ଠିକ୍‌ ଉପଯୋଗ କରି
ଲାଭବାନ ହୋଇ ପାରିବେ ସେନେଇ ଉପସ୍ଥିତ ଏସ୍‌ଏଚ୍‌ଜି ମହିଳାମାନଙ୍କୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆରଡିଏ ଅମୃତ ଋତୁରାଜ, ରଶ୍ମିକାନ୍ତ ପରିଡା, ଓଆରଏମ୍‌ଏସ୍‌ର ମନୋଜ ପାତ୍ର, ଓଏଲ୍‌ଏମ୍‌ର ହେମନ୍ତ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Share