ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ: ୩ ଯୁବକଙ୍କୁ ପଡ଼ିଲା ମହଙ୍ଗା

ଭୋଗରାଇ,୫।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଭିଡିଓ ଉତ୍ତୋଳନ ସମୟରେ ଗ୍ରାମବାସୀ ସେମାନଙ୍କୁ କାବୁ କରି ବାନ୍ଧି ରଖିଛନ୍ତି।
ସୂଚନା ଅନୁଯାୟୀ, ୩ ଯୁବକ ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲେ । ମହିଳା ଜଣକ ଜାଣିପାରି ପରିବାର ଲୋକଙ୍କୁ ଡାକିଥିଲେ । ପରିବାର ଲୋକେ ପହଞ୍ଚି ସେମାନଙ୍କୁ କାବୁ କରିଥିଲେ। ଗ୍ରାମବାସୀ ସେମାନଙ୍କୁ ବାନ୍ଧି ରଖି ଯୁବକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।