Categories: ଫୁରସତ

ମହିଳାଙ୍କ ଆକାଉଣ୍ଟ୍‌ରେ ଥିଲା ମାତ୍ର ୬୦ ଟଙ୍କା, ଅଚାନକ ଆସିଗଲା ୩୦ କୋଟି

ବେଙ୍ଗାଲୁରୁ: କିଏ ବା ନ ଚାହେଁ ଧନୀ ହେବାକୁ। ଅନେକ ଲୋକେ ଭାବିଥାନ୍ତି ରାତାରାତି କେଉଁଠୁ ଟଙ୍କା ଆସିଯାନ୍ତା କି ସେ କୋଟିପତି ହୋଇଯାଆନ୍ତେ। ଅନେକଙ୍କ ଏହି ଅବାସ୍ତବ ସ୍ବପ୍ନ ସ୍ବପ୍ନରେ ରହିଯାଉଥିବା ବେଳେ ଆଉ କିଛି ଲୋକଙ୍କ କ୍ଷେତ୍ରରେ ସତରେ ଘଟିଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି, କର୍ନାଟକର ଜଣେ ମହିଳାଙ୍କ କ୍ଷେତ୍ରରେ। ଚନାପାଟଣାର ଫୁଲ ବିକ୍ରେତା ସଇଦ୍‌ ମଲିକ୍‌ ବୁର୍‌ହାନଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୬୦ ଟଙ୍କା ଥିଲା। ଅଚାନକ ୩୦ କୋଟି ଟଙ୍କା ଆସିଗଲା। ଏହା ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେମାନେ କିଛି ଜାଣି ପାରିଲେ ନାହିଁ।


ଅନ୍ୟପକ୍ଷରେ ବ୍ୟାଙ୍କ ଅଧିକାରୀ ତାଙ୍କ ଘରକୁ ଯାଇ ଏତେ ପଇସା ତୁମ ବ୍ୟାଙ୍କ ଖାତାକୁ କିପରି ଆସିଲା। ବୁର୍‌ହାନ କହିଲେ, ତାଙ୍କ ସ୍ତ୍ରୀ ଦିନେ ଅନ୍‌ଲାଇନ୍‌ରେ ଏକ ଶାଢ଼ି ମଗାଇଥିଲେ। ସେ ଏଥିରେ ଏକ କାର୍‌ ଜିତିଥିଲେ। ବ୍ୟାଙ୍କ ପକ୍ଷରୁ ତାଙ୍କୁ ଡିଟେଲ୍‌ସ ମଗାଯାଇଥିଲା। ଆୟକର ବିଭାଗ ମଧ୍ୟ ଏହାର ଯାଞ୍ଚ କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଛି। ହେଲେ ଏତେ ପରିମାଣର ଟଙ୍କା ତାଙ୍କ ଆକାଉଣ୍ଟକୁ କିଏ କେମିତି କାହିଁକି ପଠାଇଲା ବିଚରା ଫୁଲ ବିକ୍ରେତା କିଛି ନ ଜାଣି ମଧ୍ୟ ଜେଲ୍‌ର ଚାରିକାନ୍ଥ ମଧ୍ୟରେ ସଜା କାଟୁଛନ୍ତି।

Share