ମହିଳାଙ୍କ ଓଜନ ବଢ଼ିବାର ୫ ମୁଖ୍ୟ କାରଣ

ଦ ଓବେସିଟି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିବାହର ୫ ବର୍ଷ ଭିତରେ ପାଖାପାଖି ୮୨ ପ୍ରତିଶତ ଦମ୍ପତିଙ୍କର ଓଜନ ୫ରୁ ୧୦ କିଲୋ ବଢ଼ି ଯାଇଥାଏ। ଏହି ଘଟଣାରେ ମହିଳାମାନେ ସବୁଠାରେ ଆଗରେ ଅଛନ୍ତି। ସେମାନଙ୍କ ଓଜନ ପୁରୁଷଙ୍କ ତୁଳନାରେ ଖୁବ୍‌ଶୀଘ୍ର ବଢ଼ିଥାଏ। ନୂଆ ନୂଆ ବାହାଘର ପରେ ଯେତେବେଳେ ହଠାତ୍‌ ଓଜନ ବଢ଼ିବାରେ ଲାଗିଥାଏ, ଲୋକେ ଚିନ୍ତିତ ହୋଇପଡ଼ିଥାନ୍ତି। ଆଉ ମନ ଭିତରେ ଅନେକ ପ୍ରକାର ପ୍ରଶ୍ନ ଆସିଥାଏ। ତେବେ ୫ଟି କାରଣ ଯୋଗୁ ଓଜନ ବୃଦ୍ଧି ପାଇଥାଏ…
* ଖାଦ୍ୟପେୟରେ ପରିବର୍ତ୍ତନ
ବିବାହ ପରେ ଝିଅର ଘର ବଦଳି ଯାଇଥାଏ। ଘର ବଦଳିବା ସହିତ ଅନେକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସେ। ଯେମିତିି ଖାଦ୍ୟପେୟ। ବାପଘର ଏବଂ ଶାଶୁଘର ଖାଦ୍ୟରେ ମସଲା ଓ ପ୍ରସ୍ତୁତି ଶୈଳୀ ଅଲଗା ହୋଇଥାଏ, ଯେଉଁ କାରଣରୁ ପାଚନକ୍ରିୟା ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଛଡ଼ା ବାପଘରେ ଖାଦ୍ୟ ଖାଇବା ପରେ ଏଠିସେଠି ବୁଲିବା କିମ୍ବା ଏପଟ ସେପଟ ହେବା ଦିନଚଯର୍‌ୟାରେ ସାମିଲ ଥିଲା,  ଶାଶୁଘରେ ଏହି ସୁବିଧା ସେଭଳି  ମିଳି ନ ଥାଏ।
*ବାହାରେ ଖାଇବା
ବିବାହ ପରେ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମିଶି ଖାଇବା କିଛି ସପ୍ତାହ ପର୍ଯ୍ୟନ୍ତ ଜାରି ରହିଥାଏ। ଏହାରି ଭିତରେ ହନିମୁନ୍‌ରେ ସବୁ ପ୍ରକାର ଖାଦ୍ୟର ମଜା ନିଅନ୍ତି, ଯେଉଁଥି ପାଇଁ  ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ମଧ୍ୟ ଖାଇଥାନ୍ତି। ଓଜନ ବଢ଼ିବାର ଏହା ମଧ୍ୟ ଆଉ ଏକ କାରଣ ।
*ଦାୟିତ୍ୱବୋଧତା
ବିବାହ ପରେ ଝିଅମାନେ ନିଜ ପସନ୍ଦର ନୁହେଁ, ବରଂ ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। ଶାଶୁଘର ଲୋକଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ ଅଧିକ ଘିଅ, ମସଲା ବ୍ୟବହାର କରିଥାଆନ୍ତି। ଏତେ ପରିଶ୍ରମରେ ପ୍ରସ୍ତୁତ କରିଥିବା ଖାଦ୍ୟ ଯେପରି ନଷ୍ଟ ନ ହେବ, ବେଳେବେଳେ ଅଧିକ ଖାଇବା ମଧ୍ୟ ହୋଇଯାଏ। ସମୟ ସହ ବଦଳୁଥିବା ଏଭଳି ଲାଇଫ୍‌ ଷ୍ଟାଇଲ ମଧ୍ୟ  ଓଜନ ବଢ଼ିବାରେ ଅନ୍ୟ ଏକ ମୁଖ୍ୟ କାରଣ ହୋଇଥାଏ।
*ଅବହେଳା/ଅସାବଧାନତା
ବିବାହ ପୂର୍ବରୁ ଅନେକ ଲୋକ ଆକର୍ଷଣୀୟ ଦେଖାଯିବା ପାଇଁ ଖାଦ୍ୟପେୟରେ ଧ୍ୟାନ ରଖିବା ସହ ନିୟମିତ ବ୍ୟାୟାମ କରିଥାଆନ୍ତି। କିନ୍ତୁ ବିବାହ ପରେ ସବୁକିଛି ଓଲଟପାଲଟ ହୋଇଯାଏ। ନ ଚାହିଁ ବି ଲୋକେ ଚିନ୍ତାଗ୍ରସ୍ତ ହୋଇପଡ଼ିଥାନ୍ତି ଏବଂ ଅନେକଙ୍କୁ କାର୍ଯ୍ୟବ୍ୟସ୍ତତା ଯୋଗୁ ବ୍ୟାୟାମ ପାଇଁ ସମୟ ମିଳି ନ ଥାଏ। ଖାଇବା, ପିଇବାର ସମୟ ବଦଳିଯାଏ। କେବେକେବେ ଏହି ଭାବନା ମନ ଭିତରେ ଘର ବସା ବାନ୍ଧିଥାଏ ଯେ ଏବେ ତ ବିବାହ ସରିଯାଇଛି, ଆଉ କ’ଣ ଫରକ ପଡ଼ିବ।
* ଷ୍ଟ୍ରେସ/ଚାପ
ବିବାହ ପରେ ନୂଆ ଘର ବା ପରିବେଶରେ ଖାପ ଖୁଆଇ ଚଳିବା ସାମାନ୍ୟ କଷ୍ଟକର ହୋଇପଡ଼େ। ଏଭଳି ସ୍ଥିତିରେ ଯଦି ଝିଅଟି କର୍ମଜୀବିନୀ ଥାଏ, ତା’ହେଲେ ବୋଝ ଆହୁରି ବଢ଼ିଯାଏ। ଅଫିସ ସହିତ ଘରେ ବି ନିଜର ବେଷ୍ଟ ଦେବା ପ୍ରୟାସରେ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ। ଧୀରେଧୀରେ ଷ୍ଟ୍ରେସ ଇଟିଙ୍ଗର ଶିକାର ହୋଇ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା...

ବାତ ମାରିବା ସମୟରେ କ’ଣ କରିବେ ଜାଣି ରଖନ୍ତୁ…

ମନେରଖିବା କଥା ଯେ ବାତମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ବାତମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ଏହି ସମୟରେ ତା’...

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଆମର ଦୈନନ୍ଦିନ ତରକାରିରେ ବ୍ୟବହାର କରୁଥିବା ପରିବା ମଧ୍ୟରେ ଅମୃତଭଣ୍ଡା ଅନ୍ୟତମ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ଏହାର ପତ୍ରରେ ଜୀବନ ରକ୍ଷାକାରୀ ଔଷଧୀୟ...

ପ୍ରୋଟିନ୍‌ ଗବେଷଣାରେ ନୂତନ ଦିଗନ୍ତ

ପ୍ରୋଟିନ୍‌ଗୁଡ଼ିକ ହେଲେ ବିଶାଳ ଏବଂ ଜଟିଳ ଅଣୁ, ଯାହାକି ପ୍ରାୟ ସମସ୍ତ ଜୈବିକ କ୍ରିୟା ପ୍ରକ୍ରିୟା ଲାଗି ଅତ୍ୟାବଶ୍ୟକ। ଏହା ହର୍‌ମୋନ୍‌, ଏଞ୍ଜାଇମ୍‌, ପ୍ରତିପିଣ୍ଡ, ଶରୀରର...

ଜାଣନ୍ତୁ ଫୂର୍ତ୍ତି ରହିବେ କିପରି…

ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ସର୍ବଦା ପ୍ରସ୍ତୁତ ରହିବାକୁ ଫୂର୍ତ୍ତି ବା ଆକ୍ଟିଭ୍‌ନେସ୍‌ କୁହାଯାଏ।...

ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗୁଛି କି? ତେବେ ନିହାତି ଜାଣନ୍ତୁ

ବେଳେବେଳେ ଦେଖାଯାଏ, କିଛି କାରଣ ନଥାଇ ବି ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି...

ଖେଳ କସରତକୁ ଗୁରୁତ୍ୱଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’। ଏ ବର୍ଷର ଥିମ୍‌ ରହିଛି-‘ଗ୍ରେଟର ଦ୍ୟାନ୍‌ ଷ୍ଟ୍ରୋକ୍‌, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ...

ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଭିଡିଓ ଗେମ୍‌ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡ଼ିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri