ମହିଳାଙ୍କ କାନରୁ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡିରେ ଜଣେ ମହିଳାଙ୍କଠାରୁ ବୁଧବାର ଲୁଟ୍‌ ହୋଇଛି। ଦୁର୍ବୃତ୍ତ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କ କାନରୁ ସୁନାଫୁଲ ଛଡାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଲୁଟ୍‌ର ଶିକାର ମହିଳା ଜଣକ ସିମନବାଡିର ତ୍ରିବେଣୀ ବେହେରା।
ସୂଚନାଯୋଗ୍ୟ, ପ୍ରତିଦିନ ଭଳି ତ୍ରିବେଣୀ ଗାଁ ଶେଷରେ ଥିବା କାଶୀବାଡି ନାଳକୁ ଲୁଗା ସଫା କରିବାକୁ ଯାଇଥିଲେ। ପୂର୍ବରୁ ସେଠାରେ ଥିବା ଜଣେ ଦୁର୍ବୃତ୍ତ ହଠାତ୍‌ ତ୍ରିବେଣୀଙ୍କୁ ଆକ୍ରମଣ କରି ପ୍ରବଳ ମାଡ଼ ମାରିବା ସହ ତାଙ୍କ ବାମ କାନର ସୁନାଫୁଲ ଝାମ୍ପିନେଇ ସେଠାରୁ ଫେରାର ହୋଇଯାଇଥିଲେ। ଗୋଟିଏପଟେ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଜନଶୂନ୍ୟକୁ ନେଇ ଲୁଟ୍‌ ହୋଇଥିବା ଆଶଙ୍କା କରାଯାଇଛି ।

Share