Categories: ଗଞ୍ଜାମ

ମହିଳାଙ୍କ ଜମାଖାତାରୁ ୩୯ ହଜାର ଗାଏବ

ଦିଗପହଣ୍ଡି,୨୭ା୭(ଡି.ଏନ.ଏ.)-ଦିଗପହଣ୍ଡି ଏନ୍‌ଏସି ୧ନଂ. ୱାର୍ଡ ନୀଳକଣ୍ଠ ନଗରରେ ରହୁଥିବା ଜଣେ ସାମରିକ ବାହିନୀ କର୍ମଚାରୀଙ୍କ ସ୍ତ୍ରୀ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗତ ୧୯ ତାରିଖରେ ତାଙ୍କ ସ୍ବାମୀ ଗୁଗଲି ପେ ଆପ୍‌ ଯୋଗେ ସ୍ତ୍ରୀଙ୍କ ମୋବାଇଲ ନମ୍ବରରେ ୧୬୯ ଟଙ୍କା ରିଚାର୍ଜ କରିଥିଲେ। ରିଚାର୍ଜ ସଫଳ ନ ହେବାରୁ କଷ୍ଟମର କେୟାରକୁ ଫୋନ କରିଥିଲେ। ଫୋନ ଉଠାଇଥିବା ବ୍ୟକ୍ତିଜଣକ କୌଶଳକ୍ରମେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ପାସୱାର୍ଡ ଏଟିଏମ କାର୍ଡ ନମ୍ବର ସଂଗ୍ରହ କରି ନେଇଥିଲେ। ପରେ ୩ଟି ପର୍ଯ୍ୟାୟରେ ତାଙ୍କ ବ୍ୟାଙ୍କ ଖାତାରୁ ସମୁଦାୟ ୩୯ ହଜାର ଟଙ୍କା ଅନଲାଇନ ବ୍ୟାଙ୍କିଂ ମାଧ୍ୟମରେ ଉଠାଣ କରାଯାଇଛି। ସାମରିକ ବାହିନୀ କର୍ମଚାରୀଙ୍କ ସ୍ତ୍ରୀ ଦିଗପହଣ୍ଡି ଥାନାରେ ଶୁକ୍ରବାର ଏତଲା ଦେଇଥିଲେ। ନଂ. ୧୩୧/୧୯ରେ ମାମଲା ରୁଜୁ କରି ଆଇଆଇସି ଗୌରାଙ୍ଗ ଚରଣ ସାହୁ ତଦନ୍ତ ଚଳାଇଛନ୍ତି।