ମହିଳାଙ୍କ ତଣ୍ଟିକାଟି ହତ୍ୟା

ଶେରଗଡ଼,୨୮ା୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଶେରଗଡ଼ ନିକଟସ୍ଥ ପାରସିଙ୍ଗି ଗ୍ରାମରେ ବୁଧବାର ରାତି ପ୍ରାୟ ୯ଟାରେ ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ କବିତା ସେଠୀ (୪୨)। ଏ ନେଇ ବଡ଼ଗଡ଼ ପୋଲିସ ନଂ. ୨୭୫/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ଉକ୍ତ ଗ୍ରାମରେ କବିତା ସ୍ବାମୀଙ୍କ ସହ ରହୁଥିଲେ। ବୁଧବାର ରାତିରେ ତାଙ୍କ ସ୍ବାମୀ ଘରେ ନ ଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ତଣ୍ଟି କାଟି ହତ୍ୟା କରିଥିଲେ।ଖବର ପାଇ ବଡ଼ଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି। ଗୁରୁବାର ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ।