ମହିଳାଙ୍କ ପାଇଁ ଆରମ୍ଭ ହେଲା ଓ୍ବାଶ୍‌ରୁମ୍‌ ଅନ୍‌ ହ୍ବିଲ୍‌ ଅଭିଯାନ

ପୁଣେ,୨୨।୨: ମହାରାଷ୍ଟ୍ରରେ ପ୍ରଥମ କରି ମହିଳାଙ୍କ ସୁବିଧା ପାଇଁ ଓ୍ବାଶ୍‌ରୁମ୍‌ ଅନ୍‌ ହ୍ବିଲ୍‌ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ପୁଣେ ପ୍ରଶାସନ ପକ୍ଷରୁ ୧୨ଟି ବସ୍‌କୁ ଶୌଚାଳୟରେ ପରିବର୍ତ୍ତନ କରିଛନ୍ତି। ୫ ଟଙ୍କା ଶୁଳ୍କ ଦେଇ ମହିଳା ଏଠାରେ ଶୌଚ ହେବା ସହିତ ଛୋଟ ଛୁଆଙ୍କୁ ସ୍ତନ୍ୟପାନ ମଧ୍ୟ କରାଇପାରିବେ। ଏହି ଅନ୍‌ ହ୍ବିଲ୍‌ ଓ୍ବାଶ୍‌ରୁମ୍‌ରେ ସାନିଟାରୀ ନାପକିନ୍‌ ଏବଂ ଡାଏପର ମଧ୍ୟ କିଣିବା ପାଇଁ ଉପଲବ୍ଧ ହେଉଛି। ପ୍ରତିଦିନ ୨୦୦ରୁ ଅଧିକ ମହିଳା ଏହାକୁ ବ୍ୟବହାର କରୁଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍‌ ହ୍ବିଲ୍‌ ଓ୍ବାଶ୍‌ରୁମ୍‌ରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସୁବିଧା ଲାଗି ଛାତରେ ସୋଲାର ସେଲ୍‌ ଲଗାଯାଇଛି। ଏହି ଅଭିଯାନକୁ ଅଳକା ସାଦଲକର ଏବଂ ରାଜୀବ ଖେର୍‌ଙ୍କ ଉଦ୍ୟମରେ ଆରମ୍ଭ କରାଯାଇଛି। ଅଗାମୀ ଦିନରେ ଦେଶରେ ଏଭଳି ୧୦୦୦ ଅନ୍‌ ହ୍ବିଲ୍‌ ଓ୍ବାଶ୍‌ରୁମ୍‌ କାର୍ଯ୍ୟ କରିବ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ସ୍ବଚ୍ଛତା ଅଭିଯାନ ଅନ୍ତର୍ଗତ ଏଭଳି ପ୍ରୟାସ କରାଯାଇଥିବା ଅଳକା ସାଦଲକର ଏବଂ ରାଜୀବ ଖେର୍‌ କହିଛନ୍ତି।

Share