ମହିଳାଙ୍କ ପାଇଁ ‘ମିଶନ ଶକ୍ତି ବିଭାଗ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ମିଶନ ଶକ୍ତି ବିଭାଗକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ବିଭାଗ ସ୍ବତନ୍ତ୍ର ଭାବେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି। ଚଳିତବର୍ଷ ଆମେ ସ୍ବତନ୍ତ୍ର ଭାବେ ନ୍ୟୁଟ୍ରେସନ୍‌ ବଜେଟ ଆଣିଛୁ। ଏହି ବଜେଟରେ ମା’ ଓ ଶିଶୁଙ୍କୁ ଫୋକସ୍‌ କରାଯାଇଛି। ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଦେଶର ଏକ ଆଗୁଆ ରାଜ୍ୟ। ଦୂତି ଚାନ୍ଦ, ପ୍ରତିଭା ରାୟ ଓ ନନ୍ଦିତା ଦାସ ଆମ ଦେଶ ପାଇଁ ଗୌରବ। ମା’ମାନଙ୍କର ଅଧିକାର ଓ କଲ୍ୟାଣ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share