ମହିଳାଙ୍କ ପାଇଁ ଲାଭଦାୟକ ଅଖ୍‌ରୋଟ

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୁହାଯାଉଥିବା ଅଖ୍‌ରୋଟ ସ୍ତନ କର୍କଟ ବୃଦ୍ଧିକୁ ରୋକିବାରେ ଏବଂ ସେଥିରୁ ରକ୍ଷା ପାଇବାରେ ବିଶେଷ ସାହାଯ୍ୟ କରିଥାଏ। ‘ନ୍ୟୁଟ୍ରିସନ୍‌ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାରେ ଏହା ଦାବି କରାଯାଇଛି। ଗବେଷଣାରୁ ଜଣାପଡ଼ିଛି, ଯଦି କୌଣସି ମାମଲାରେ ଆପଣଙ୍କ ସ୍ତନ କର୍କଟରେ ପୀଡ଼ିତ ଥିବା ଜାଣିପାରିଲେ, ତେବେ ଲଗାତର ଦୁଇ ସପ୍ତାହ ପର୍ଯ୍ୟନ୍ତ ଦୈନନ୍ଦିନ ଅଖ୍‌ରୋଟ ସେବନ କରିବା ଆରମ୍ଭ କରିଦିଅନ୍ତୁ। ଏହାପରେ ଡାକ୍ତରଙ୍କ ପରାମର୍ଶରୁ ନିଜେ ଅବଗତ ହୋଇପାରିବେ ଯେ ଅଖ୍‌ରୋଟ ସେବନ ଦ୍ୱାରା ଏହି ରୋଗରେ ବିଶେଷ ପରିବର୍ତ୍ତନ ଆସିଥିବ। ଏହି ଗବେଷଣା ଆଧାରରେ ତାଙ୍କ ଦଳ ଅନୁମାନ ଲଗାଇଛନ୍ତି ଯେ ଯଦି କୌଣସି ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଆଶଙ୍କା ଦେଖାଦେଉଥାଏ, ତେବେ ତୁରନ୍ତ ଅଖ୍‌ରୋଟ ସେବନ କରିନେବା ଆବଶ୍ୟକ। ଏହାଦ୍ୱାରା ଜିନ୍‌ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ। ଏହି ପରିବର୍ତ୍ତନ ସ୍ତନ କର୍କଟ ବ୍ୟାପିବା ଗତିକୁ ଧୀମା କରିଦିଏ। ଗବେଷଣାରେ ସ୍ତନ କର୍କଟରେ ପୀଡ଼ିତ ମହିଳାଙ୍କୁ ଦୈନନ୍ଦିନ ଦୁଇଟି ଲେଖାଏ ଅଖ୍‌ରୋଟ ସେବନ କରିବାକୁ ପରାମର୍ଶ ଦିଆଯାଇଛି।