ମହିଳାଙ୍କ ପେଟରୁ ବାହାରିଲା ୧୫ କେଜି ଟ୍ୟୁମର

କୋରାପୁଟ,୭ା୧୧(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି। ମହିଳାଙ୍କ ପେଟରୁ ୧୫ କେଜି ଓଭାରିଆନ ଟ୍ୟୁମର ବାହାରିଛି।

୨ ଡାକ୍ତରଙ୍କ ସମେତ ୮ ସଦସ୍ୟ ଅସ୍ତ୍ରୋପଚାର କରିଥିଲେ। ଦୀର୍ଘ ୨ ଘଣ୍ଟା ଅପରେଶନ ପରେ ମହିଳାଙ୍କ ପେଟରୁ ଟ୍ୟୁମର ବାହାରିଥିବା ବେଳେ ମହିଳା ସୁସ୍ଥ ଅଛନ୍ତି। ଜୟପୁରର ୪୦ ବୟସ୍କା ମହିଳାଙ୍କ ପେଟ ଫୁଲିବା ସହ କଷ୍ଟ ହେଉଥିଲା।

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ପ୍ରଫେସର ସୂଜାତା ସ୍ବାଇଁ ୮ ଜଣିଆ ଏକ ଟିମ ଗଠନ କରି ସମସ୍ତ ପ୍ରକାର ପରୀକ୍ଷା କରାଯିବା ପରେ ଗୁରୁବାର ମହିଳାଙ୍କ ଅସ୍ତ୍ରୋପଚାର କରିଥିଲେ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହା ପ୍ରଥମ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି

ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ...

ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ!

ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ...

ନୂଆଁଖାଇ ପରେ ବର୍ଷା ଉଭାନ: ତେଜିଲା ମରୁଡ଼ି ଘୋଷଣା ଦାବି

କୋକସରା,୮ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଚଳିତ ବର୍ଷ ନୂଆଁଖାଇ ପରେ ବର୍ଷା ଉଭାନ ହୋଇଯାଇଛି। ଫଳରେ ବ୍ଲକର ୨୨ ପଞ୍ଚାୟତରେ ଖରିଫ...

ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ: ବଜାୟ ରହିଲା ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ

କୋରାପୁଟ,୧୧।୮: କୋରାପୁଟ ଜିଲା ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ ହୋଇଛି। କୋରମ ଅଭାବରୁ ଏହା ବାତିଲ ହୋଇଥିବା ଜଣାପଡ଼ିଛି। ଜଣେ ବିଜେଡି ସଦସ୍ୟ...

ବାଲିଯାତ୍ରାକୁ ନେଇ ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ

କଟକ,୮।୧୧: କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି।...

ସାମାନ୍ୟ ବଚସା ହେଲା କାଳ: ଖୁଡ଼ିଙ୍କ ଗଳାକାଟି ହତ୍ୟା କଲେ ପୁତୁରା

ଧରାକୋଟ,୮।୧୧: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମାଟାଙ୍କୁରା ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ...

ଦାରିଙ୍ଗବାଡିରେ ଡମ୍ପିଂୟାର୍ଡ ନଥିବା ଘଟଣା: ଖବର ପ୍ରକାଶ ପରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରପାଇଁ ପଡ଼ିଲା ଭିତ୍ତିପ୍ରସ୍ତର 

ଦାରିଙ୍ଗବାଡି,୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ଓଡ଼ିଶାର କଶ୍ମୀର ଭାବେ ପରିଚିତ। ଶୀତ ଋତୁରେ ଏଠାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ।  ତେବେ ଦାରିଙ୍ଗବାଡ଼ି ବଜାର ସମେତ...

ଓସିସିଏଲ ସିନିୟର ଆକାଉଣ୍ଟାଣ୍ଟ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ

କଟକ,୮।୧୧: ରାଜ୍ୟ ପିଏସୟୁରେ ବରିଷ୍ଠ ଆକାଉଣ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ଓଡ଼ିଶା ହାଇକୋର୍ଟ ଓଡିଶା ନିର୍ମାଣ ନିଗମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri