ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଟିଟିଲାଗଡ଼ ଷ୍ଟେଶନରେ ଅଟକିଲା ଟ୍ରେନ୍‌: ଜନ୍ମଦେଲେ କନ୍ୟା ସନ୍ତାନ

ଟିଟିଲଗଡ଼,୨୪ା୫(ଡି.ଏନ୍‌.ଏ.): ରବିବାର ଟିଟିଲାଗଡ଼ ଦେଇ କାଜିପେଟରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ମହିଳାଙ୍କର ପ୍ରସବ ବେଦନା ହେବାରୁ ଟିଟିଲାଗଡ଼ ଷ୍ଟେଶନରେ ଟ୍ରେନ୍‌ ଅଟକା ଯାଇଥିଲା। ରେଳବାଇ ଡାକ୍ତର ଆର୍‌ଏନ୍‌ ପଣ୍ଡା ଷ୍ଟେଶନରେ ପହଞ୍ଚିଥିଲେ। ପରେ ଟ୍ରେନ ଭିତରେ ହେମକାନ୍ତି ବିଶ୍ୱକର୍ମା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଖବରପାଇ ଉପଜିଲାପାଳ ସୁଧାକର ନାୟକ, ଆର୍‌ପିଏଫ୍‌ ଇନ୍ସପେକ୍ଟର ଏମ୍‌ଏସ କୋଶାବତ ପହଞ୍ଚିଥିଲେ। ଉଭୟ ମା’ ଓ ଶିଶୁକନ୍ୟାକୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ହେମକାନ୍ତି ତାଙ୍କ ସ୍ବାମୀ ମଙ୍ଗଳ ସିଂ ବିଶ୍ୱକର୍ମା ସହିତ ଟ୍ରେନ୍‌ ଯୋଗେ ଛତିଶଗଡ଼ ଗରିଆବନ୍ଧ ଜିଲାକୁ ଯାଉଥିଲେ।

Share