‘ମହିଳାଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହୁ’

ରୂପସା, ୯ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ଭାଜପା ମହିଳା ମୋର୍ଚ୍ଚ ପକ୍ଷରୁ ବିଶ୍ୱ ମହିଳା ଦିବସ ଅବସରରେ ‘ମହିଳାଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହୁ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଣ୍ଡଳ ସଭାପତି ମିଲିରାଣୀ ବେହେରା ଅଧ୍ୟକ୍ଷତା କରି ମହିଳା ସଶକ୍ତିକରଣ, ସ୍ବାବଲମ୍ବୀ ଦିଗରେ ଦିଗ୍‌ଦର୍ଶନ ଦେବା ସହ ସମାଜରେ ପୀଡିତା, ନିର୍ଯାତିତା ମହିଳାଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ ଦିଗରେ ଆଲୋକପାତ କରିଥିଲେ। ଏହି ଆଲୋଚନାଚକ୍ରରେ ବିଷ୍ଣୁପ୍ରିୟା ବେହେରା, ବୀଣାପାଣି ଦାସ ଅଧିକାରୀ, ଝରଣା ସାମଲ, ଆରତୀ ବେହେରା, ସବିତା ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ।

Share