ମହିଳାଙ୍କ ସୁରକ୍ଷାକୁ ନେଇ ଟୁଇଟ୍‌ କଲେ ଶିଳ୍ପା

ମୁମ୍ବାଇ,୮।୧୨: ଦେଶରେ ମହିଳାଙ୍କ ଉପରେ ବଢିଚାଲିଥିବା ଅପରାଧକୁ ଦେଖି ଏବେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଫିଟ୍‌ କୁଇନ୍‌ ଶିଳ୍ପା ସେଟ୍ଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ଅଭିଯାନକୁ ନେଇ ସେ କହିଛନ୍ତି ଏହା ଖାଲି ଅଭିଯାନରେ ସିମିତ ନ ରହି କାର୍ଯ୍ୟକାରୀ ହେବା ଉଚିତ୍‌। ସେ ତାଙ୍କ ଇନଷ୍ଟାଗ୍ରାମରେ ନାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି। ସେ ଉନ୍ନାଓ ପୀଡିତା ଓ ପଶ୍ଚିମବଙ୍ଗର ମାଲଦାରେ ଜଣେ ମହିଳାଙ୍କ ପ୍ରତି ହୋଇଥିବା ଦୁର୍ବବ୍ୟବହାର କଥା ଉଠାଇଛନ୍ତି। ତେବେ ଦିନକୁ ଦିନ ଏଭଳି ଅପରାଧ ବଢି ଚାଲିବା ଓ ଅପରାଧୀମାନେ ବିନା ଦ୍ୱିଧାରେ ବାହାରେ ବୁଲିବା ଭଳି ଘଟଣାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

Share