Categories: ଜାତୀୟ

ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସଚେତନତା ପାଇଁ ହାତରେ ସାନିଟାରୀ ନାପ୍‌କିନ୍‌ ଧରି ଗରବା ନୃତ୍ୟ କଲେ ଶିକ୍ଷାର୍ଥୀ

ସୁରଟ,୮।୧୦: ଗୁଜରାଟରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନିଂ ଟେକ୍ନୋଲୋଜିର ଶିକ୍ଷାର୍ଥୀ ଏବଂ ଅଧ୍ୟାପକ ଏକ ନିଆରା ଢ଼ଙ୍ଗରେ ଗରବା ନୃତ୍ୟ କରିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସଚେତନତା ପାଇଁ ହାତରେ ସାନିଟାରୀ ନାପ୍‌କିନ୍‌ ଧରି ନୃତ୍ୟ କରିଛନ୍ତି। ସାନିଟାରୀ ନାପ୍‌କିନ୍‌ ଜଣେ ମହିଳାଙ୍କ ଲାଗି କେତେ ଗୁରୁତ୍ୱପୂର୍ଣ୍ଣ ସେନେଇ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଶିକ୍ଷାନୁଷ୍ଠାନର ୧୫୦ ଜଣ ଶିକ୍ଷାର୍ଥୀ ଏବଂ ଅଧ୍ୟାପକ ଏଭଳି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନୃତ୍ୟ ସୋସିଆଲ୍‌ ମିଡ଼ିଆରେ ଏଭଳି ଲୋକପ୍ରିୟ ହେବ ତାହା ଆଶା ନ ଥିଲା ବୋଲି ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ କୀର୍ତ୍ତି ବୁଛା କହିଛନ୍ତି।

Share