Categories: ଜାତୀୟ

ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୨: ଏବେ ମହିଳା ଅଧିକାରୀଙ୍କୁ ସେନାରେ ସ୍ଥାୟୀ କମିଶନ ମିଳିବ। ଏନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ୨୦୧୦ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସମର୍ଥନ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କୁ ଭର୍ସନା କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାର ଲାଗୁ ନେଇ ଟାଳଟୁଳ ନୀତି କରାଯିବାରୁ ବାଧ୍ୟ ହୋଇ ମହିଳା ସେନା ଅଧିକାରୀ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଅଜୟ ରସ୍ତୋଗୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ମିଳିବା ଏକ ବିକାଶମୂଳକ ପ୍ରକ୍ରିୟା। ତେଣୁ ଏହାକୁ ଲାଗୁ କରାଯିବା ଆବଶ୍ୟକ।

Share