Categories: ଖେଳ

ମହିଳା ଅନ୍ତର୍ଜାତୀୟ ଟି୨୦ରେ ସର୍ବନିମ୍ନ ସ୍କୋର ୬

ନୂଆଦିଲ୍ଲୀ, ୧୯ା୬ (ପି.ଟି.)-ଅନ୍ତର୍ଜାତୀୟ ମହିଳା ଟି୨୦ରେ ସର୍ବନିମ୍ନ ସ୍କୋର କରିଛି ମାଲି। କାଗାଲି ସିଟିରେ ଚାଲିଥିବା କ୍ୱିବୁକା ମହିଳା ଟୁର୍ନାମେଣ୍ଟରେ ର୍ବାଣ୍ଡା ବିପକ୍ଷ ମ୍ୟାଚରେ ଏହି ଅଲୋଡା ରେକର୍ଡ ପ୍ରତିଷ୍ଠା ହୋଇଛି। ର୍ବାଣ୍ଡା ଦଳ ମାତ୍ର ୪ ବଲ୍‌ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମ୍ୟାଚରେ ମାଲି ମାତ୍ର ୯ ଓଭର ଖେଳିପାରିଥିଲା। ଦଳର ଓପନର ମାରିମା ସାମାକେ ଏକ ରନ କରିଥିବା ବେଳେ ଅବଶିଷ୍ଟ ୫ ଅତିରିକ୍ତ ରନ ଥିଲା। ପୂର୍ବରୁ ସର୍ବନିମ୍ନ ସ୍କୋର ରେକର୍ଡ ଚାଇନା ନାମରେ ରହିଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ବ୍ୟାଙ୍କକ୍‌୍‌ଠାରେ ୟୁଏଇ ବିପକ୍ଷ ଏକ ମହିଳା ଟି୨୦ ମ୍ୟାଚରେ ଚାଇନା ମୋଟ ୧୪ ରନ ସଂଗ୍ରହ କରିଥିଲା।

Share