Categories: ଖେଳ

ମହିଳା ଆଥ୍‌ଲେଟଙ୍କ ଫିଟ୍‌ନେସରୁ ପ୍ରେରଣା ପାଇଥିଲେ କୋହଲି

ଚେନ୍ନାଇ,୯।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରିକେଟର ଅନ୍ୟତମ ଫିଟ କ୍ରିକେଟର। ମାତ୍ର ଏଭଳି ଫିଟନେସ ହାସଲ କରିବାର ନିଶା ଜଣେ ମହିଳା ଆଥ୍‌ଲେଟଙ୍କ ଠାରୁ ପ୍ରେରଣା ପାଇଥିଲେ। ଏ ସମ୍ପର୍କରେ ଖୁବ କମ୍‌ ପ୍ରଶଂସକ ଜାଣିଛନ୍ତି। ଉକ୍ତ ମହିଳା ଆଥ୍‌ଲେଟ ହେଉଛନ୍ତି ସ୍କ୍ବାଶ ଷ୍ଟାର ଦୀପିକା ପାଲିକଲ। ଏ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପୂର୍ବତନ ଟ୍ରେନର ଶଙ୍କର ବାସୁ କହିଛନ୍ତି। ପ୍ରଥମ ଦୁଇ-ତିନି ବର୍ଷ ଆମେ କେବଳ ଆଇପିଏଲବେଳେ ଟ୍ରେନିଂ କରୁଥିଲୁ। ୨୦୧୪ରେ ଦୀପିକାଙ୍କ ଟ୍ରେନିଂରୁ ପ୍ରେରଣା ପାଇଥିଲେ କୋହଲି। ବ୍ୟକ୍ତିଗତ କ୍ରୀଡ଼ାରେ ଖେଳାଳିଙ୍କ ଫିଟନେସ ଦେଖି କୋହଲି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ତେଣୁ ଆମେ କାହିଁକି କରିବା ନାହିଁ ବୋଲି କୋହଲି ପଚାରି ଥିବା ନେଇ ବାସୁ ଏକ ଇଭେଣ୍ଟରେ ଯୋଗଦେଇ କହିଛନ୍ତି। ଏହି ଅବସରରେ ଦୀପିକା ଓ ତାଙ୍କ ସ୍ବାମୀ ତଥା ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ମଧ୍ୟ ଉପସ୍ଥିତ ଥିଲେ।

Share