Categories: ଖେଳ

ମହିଳା ଏସିଆନ୍‌ କପ୍‌ ଆୟୋଜନ ପାଇଁ ଭାରତ ଆଗ୍ରହୀ

ନୂଆଦିଲ୍ଲୀ, ୧ା୬ (ପି.ଟି.)-୨୦୨୨ରେ ଏଏଫ୍‌ସି ମହିଳା ଏସିଆନ୍‌ କପ୍‌ ଆୟୋଜନ ଲାଗି ତିନୋଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଅନ୍ୟ ଦୁଇଟି ଦେଶ ହେଲେ ଚାଇନିଜ ତାଇପେ ଏବଂ ଉଜ୍‌ବେକିସ୍ତାନ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏବଂ ଚାଇନିଜ ତାଇପେ ଫୁଟ୍‌ବଲ ଆସୋସିଏଶନ (ସିଟିଏଫ୍‌ଏ) ଯଥାକ୍ରମେ ୧୯୭୯ ଏବଂ ୨୦୦୧ରେ ଏହି ଟୁର୍ନାମେଣ୍ଟରେ ଆୟୋଜନ କରିଥିଲେ। ଉଜ୍‌ବେକିସ୍ତାନ ଫୁଟ୍‌ବଲ ଆସୋସିଏଶନ (ୟୁଏଫଏ) ଗତ ମେ ୩୧ ତାରିଖରେ ଏଥିଲାଗି ବିଡ୍‌ ଦାଖଲ କରିଛି। ଟୁର୍ନାମେଣ୍ଟ ପାଇଁ ଏହି ତିନୋଟି ଦେଶକୁ ସେମାନଙ୍କ ପ୍ରସ୍ତାବିତ ଭେନ୍ୟୁ ତାଲିକା ପ୍ରଦାନ କରିବା ଲାଗି କୁହାଯାଇଛି। ୨୦୨୦ର ଦ୍ୱିତୀୟ କ୍ୱାର୍ଟରରେ ଆୟୋଜକ ଦେଶର ନାମ ଘୋଷଣା କରାଯିବ। ଏହି ଟୁର୍ନାମେଣ୍ଟରେ ଭାରତ ଦୁଇଥର ରନର୍ସ ଅପ୍‌ (୧୯୮୦ ଓ ୧୯୮୩) ଏବଂ ଥରେ ତୃତୀୟ ୧୯୮୧ରେ ହୋଇଥିଲା। ପ୍ରତିଯୋଗିତାରେ ଭାରତ ଶେଷଥର ପାଇଁ ୨୦୦୩ରେ ଅଂଶଗ୍ରହଣ କରିଥିଲା। ଏଏଫ୍‌ସି ମହିଳା ଏସିଆନ କପ୍‌ରେ ଏସିଆର ୮ଟି ଶ୍ରେଷ୍ଠ ମହିଳା

Share