Categories: ଜାତୀୟ

ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜୌରୀରେ ପିଙ୍କ୍‌ ଭ୍ୟାନ୍‌ ସେବା ଆରମ୍ଭ

ଶ୍ରୀନଗର,୧୨।୧୦: ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଜମ୍ମୁ-କଶ୍ମୀର ରାାଜୌରୀରେ ପିଙ୍କ୍‌ ଭ୍ୟାନ୍‌ ସେବା ଆରମ୍ଭ ହୋଇଛି। ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳନ ଅବସରରେ ଏଠାରେ ୬ଟି ପିଙ୍କ୍‌ ଭ୍ୟାନ୍‌ ଚଳାଚଳ ଆରମ୍ଭ କରିଛି। ଜିଲା ପ୍ରଶାସନ ଏବଂ ମୋଟର ଯାନ ବିଭାଗର ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଛି। ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ଆଧାରରେ ଏଭଳି କରାଯାଇଥିବା କୁହାଯାଉଛି। ସକାଳ ୮ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ୮ ସିଟର ଭ୍ୟାନ୍‌ ଚଳାଚଳ କରିବ।

Share