ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସୁସ୍ଥ ଓ ଖୁସିରେ ରହିଥାଆନ୍ତିା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ ୨ ହଜାର ମହିଳା ଏବଂ ପୁରୁଷଙ୍କୁ ସାମିଲ୍ କରାଯାଇଥିଲା। ଜଣାପଡିଥିଲା ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ ନିତିଦିନିଆ ଜୀବନ ଶୈଳୀରେ ଅଧିକ ଖୁସିରେ ରହୁଛନ୍ତି। ଅପରପକ୍ଷେ ୪୯ ପ୍ରତିଶତ ମହିଳା ଚିନ୍ତାଗସ୍ତ ରହୁଥିବାବେଳେ ବିଭିନ୍ନ କାରଣରୁ ଖୁସିରେ ରହିପାରୁ ନାହାଁନ୍ତି। ପୁରୁଷମାନେ ବିଭିନ୍ନ ସମସ୍ୟାରେ ପଡ଼ିଲେ ମଧ୍ୟ ମନକୁ ହାଲକା କରିବା ଲାଗି ସାଙ୍ଗସାଥୀଙ୍କ ମେଳରେ ସମୟ କାଟିଥାନ୍ତି। ମାତ୍ର ମହିଳାମାନେ ସହଜରେ ଏପରି କରି ପାରି ନ ଥାନ୍ତି। ଫଳରେ ୬୦ ପ୍ରତିଶତ ପୁରୁଷ ମାସକୁ ଥରେ ଚାପଗ୍ରସ୍ତ ରହୁଥିବାବେଳେ ୬୦ ପ୍ରତିଶତ ମହିଳା ସପ୍ତାହରେ ଅନେକ ସମୟ ଚିନ୍ତାଗ୍ରସ୍ତ ରୁହନ୍ତି ା ମହିଳାଙ୍କ ତୁଳନାରେ ପୁରୁଷମାନେ ୭୦ ପ୍ରତିଶତ କମ୍ ଉଦାସ ରୁହନ୍ତି। ମହିଳାମାନେ ଅଧିକ ସ୍ବାସ୍ଥ୍ୟପ୍ରତି ସଚେତନ ହେଲେ ମଧ୍ୟ ସେମାନଙ୍କଠାରେ ପୁରୁଷଙ୍କ ତୁଳନାରେ ଅଧିକ ଅସୁସ୍ଥତା ପରିଲକ୍ଷିତ ହୋଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।