ମହିଳା କମିଶନରେ ୧୦ ହଜାର ମାମଲା

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟ ମହିଳା କମିଶନଙ୍କ ନିକଟରେ ୧୦,୧୩୦ଟି ମହିଳାଙ୍କ ବିରୋଧରେ ହୋଇଥିବା ମାମଲା ବିଚାରାଧୀନ ରହିଛି। ସେଥିରୁ ୨,୭୨୯ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨,୦୫୧ ମାମଲାର ଶୁଣାଣି ଶେଷ ହୋଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଯୌତୁକ ନିର୍ଯାତନା ପାଇଁ ୭୭୦, ଘରୋଇ ହିଂସା ପାଇଁ ୧,୮୭୮, ମିଥ୍ୟା ବିବାହ ପ୍ରତିଶ୍ରୁତି ୧୦୩, ଯୌତୁକଜନିତ ମୃତ୍ୟୁ ୪୩, ଅପହରଣ ୭୮, ଯୌନ ନିର୍ଯାତନା ୮, କାର୍ଯ୍ୟସ୍ଥଳରେ ଅସଦାଚରଣ ୬୦, ମହିଳା ଅଧିକାର ଉଲ୍ଲଂଘନ ୨୯୬ ଏବଂ ଅସଦାଚରଣ ୧୩୨ଟି ମାମଲା ରୁଜୁ ହୋଇଛି। ବିଜେଡି ସଭ୍ୟ ଉମାକାନ୍ତ ସାମନ୍ତରାୟଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶନିବାର ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।

Share