ମହିଳା କର୍ମଚାରୀଙ୍କୁ ଅସଦାଚରଣ : ଜିଆର୍‌ଏସ୍‌ ଗିରଫ

ବାସୁଦେବପୁର,୭।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟ ପରିସରରେ ଜିଆର୍‌ଏସ୍‌ ଅସଦାଚରଣ କରି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ମହିଳା କର୍ମଚାରୀ ଜଣଙ୍କ କମ୍ପ୍ୟୁଟର କାର୍ଯ୍ୟରେ ନିୟୋଜିତ ଥିବାବେଳେ ତାଙ୍କ ପାଖରେ ବସିଥିବା ଜିଆର୍‌ଏସ୍‌ ମଧୁସୂଦନ ସାହୁ ତାଙ୍କୁ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ମହିଳା କର୍ମଚାରୀ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଜିଆର୍‌ଏସ୍‌ଙ୍କୁ ଗିରଫ କରିଛି।