Advertisement

ମହିଳା କର୍ମଚାରୀଙ୍କୁ ନିର୍ଯାତନା ଘଟଣା: ଫରେଷ୍ଟର ଗିରଫ

ଚୌଦ୍ୱାର,୧୪ା୯(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଶୁକ୍ରବାର ଚୌଦ୍ୱାର ପୋଲିସ ଫରେଷ୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ସ୍ବାମୀ ଚୌଦ୍ୱାର ବନ ବିଭାଗରେ କାମ କରୁଥିଲେ। ହାତୀ ଆକ୍ରମଣରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଥଇଥାନ ଯୋଜନାରେ ବନ ବିଭାଗରେ ତାଙ୍କୁ ଓ୍ବାଚର ଭାବେ ନିଯୁକ୍ତି ଦିଆଯାଇଥିଲା। ପ୍ରାୟ ୫ବର୍ଷ ହେବ ସେ କାର୍ଯ୍ୟ କରୁଥିବାବେଳେ ଫରେଷ୍ଟର ମହାପାତ୍ର ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ସେ ନିଜକୁ ସୁରକ୍ଷିତ ମଣୁ ନ ଥିବା ଦର୍ଶାଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଥାନାରେ ଏକ ମାମଲା(ନଂ. ୨୯୧/୧୯)ରୁଜୁ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share