Categories: ଦେବଗଡ଼

ମହିଳା କଲେଜର ବାର୍ଷିକ ଉତ୍ସବ

ଦେବଗଡ଼,୮।୨(ଡି.ଏନ.ଏ)-ଦେବଗଡସ୍ଥିତ କନିଷ୍ଠ ମହିଳା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ା ଅନୁଷ୍ଠାନର ଅଧ୍ୟକ୍ଷ ପ୍ରହଲ୍ଲାଦ ଦେବଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ପଳସମା କଲେଜର ଅଧ୍ୟକ୍ଷ ଦିବ୍ୟ ସୁନ୍ଦର ଗଡନାୟକ ଯୋଗଦେଇ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ା ଓଡିଆ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ା ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଅରୁଣ କୁମାର ବିଶ୍ୱାଳ ଓ କ୍ରୀଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ ା ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ା କାର୍ଯ୍ୟକ୍ରମ ଆୟୋଜନରେ ଅଧ୍ୟାପକ ଦେବେନ୍ଦ୍ର ନାଥ ତ୍ରିପାଠୀ, ରୀତାଞ୍ଜଳୀ ସାଏ, କର୍ମଚାରୀ ରମେଶ ଚନ୍ଦ୍ର ଖୁଣ୍ଟିଆ, ଶାରଦା ସାହୁ,ଭଗବାନ ଗଡନାୟକ,ବିପିନ ବିହାରୀ ମହାପାତ୍ର ଓ ଜ୍ୟୋତ୍ସ୍ନାମୟୀ ଜେନା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ା ଶେଷରେ ଅଧ୍ୟାପିକା ଲତିକା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ା