ଭବାନୀପାଟଣା, ୩୦।୧୨(ଡି.ଏନ୍.ଏ.): ଭୁବନେଶ୍ୱରର ରସୁଲଗଡ଼ଠାରେ ଥିବା ଏସ୍ପ୍ଲାନେଡ୍ ମଲ୍ରେ ମହିଳା ଖବରଦାତାଙ୍କୁ ଆକ୍ରମଣ ଏବଂ ଅସଦାଚରଣ ଘଟଣାକୁ ନେଇ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହି ଘଟଣାରେ କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ଭବାନୀପାଟଣାସ୍ଥିତ ଗାନ୍ଧୀଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି। ଏଥିରେ ଖବରଦାତା ଉମାଶଙ୍କର କର, ସତ୍ୟନାରାୟଣ ମହାପାତ୍ର, ବିକାଶ ଷଡ଼ଙ୍ଗୀ, ଯଶୋବନ୍ତ ଧାଙ୍ଗଡାମାଝି, ଚିତ୍ତରଞ୍ଜନ ବିଶ ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, କଳାହାଣ୍ଡି