ମହିଳା ଖବରଦାତାଙ୍କୁ ଆକ୍ରମଣ ଘଟଣା: ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଚୌଦ୍ୱାର,୩୧ା୧୨(ଡି.ଏନ୍‌.ଏ.): ଭୁବନେଶ୍ୱରରେ କାର୍ଯ୍ୟରତ ଜଣେ ମହିଳା ଖବରଦାତାଙ୍କୁ ଆକ୍ରମଣ ଘଟଣାକୁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ, ଓଡ଼ିଶା ଶାଖା, ଓଡ଼ିଶା ନାରୀ ସୁରକ୍ଷା ମଞ୍ଚ, ଆଦିଶକ୍ତି ଯୁବ ପରିଷଦର ସଦସ୍ୟମାନେ ନିନ୍ଦା କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ମାନବାଧିକାର ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ନେତୃତ୍ୱରେ ନାରାୟଣ ବିଶ୍ୱାଳ, ଦୀପକ ସାମନ୍ତରାୟ, ସୁଷମା ଦାସ, ସତ୍ୟବ୍ରତ ଦାସ, କମଳାକାନ୍ତ ନାୟକ ପ୍ରମୁଖ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଚୌଦ୍ୱାର ଥାନାଧିକାରୀ ପଦ୍ମନାଭ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟରତ ମହିଳା ଖବରଦାତାଙ୍କୁ ଏଭଳି ବ୍ୟବହାର ପ୍ରଦର୍ଶନ ସମାଜ ପ୍ରତି ଏକ ଦୁଃଖଦ ଘଟଣା ବୋଲି ଦାବିପତ୍ରରେ ଉଲ୍ଲେଖ ଥିବା ଜଣାପଡଛି।

Share