ମହିଳା ଜୀବିକା ସୁରକ୍ଷା ମଞ୍ଚର ବିକ୍ଷୋଭ

ଫିରିଙ୍ଗିଆ, ୨୭ା୯- ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ ଫିରିଙ୍ଗିଆ ମହିଳା ଜୀବୀକା ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ତହସିଲ କାର୍ଯ୍ୟାଳୟ ଫାଟକ ପାଖରେ ଧାରଣା ଦିଆଯାଇଛି। ପରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ମହିଳା ସୁରକ୍ଷା ମଞ୍ଚ ବ୍ଲକରେ ୪ ବର୍ଷ ହେଲା କାମ କରିଆସୁଛି। ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ନିମନ୍ତେ ବର୍ଷକ ମଧ୍ୟରେ ୨ ଥର ପଦଯାତ୍ରା ଦାବିପତ୍ର ପ୍ରଦାନ କରାଯାଇଛି। ହେଲେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଭୂମିହୀନଙ୍କୁ ୪ ଡେସିମିଲ ଜାଗା ପଟ୍ଟା ପେସା ଆଇନ ଅନୁସାରେ ପ୍ରଦାନ କରିବାକୁ ଜୀବୀକା ସୁରକ୍ଷା ମଞ୍ଚ ଦାବି କରୁଛି। ଯଦି ମାସକ ମଧ୍ୟରେ ହିତାଧିକାରୀଙ୍କୁ ଏହା ପ୍ରଦାନ କରା ଯାଏ ତାହାଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ମଞ୍ଚର ସଭାନେତ୍ରୀ ଗୀତା ଦିଗାଲ, ସମ୍ପାଦିକା ସାବିତ୍ରୀ ଦିଗାଲ, ସଦସ୍ୟ ନର୍ମଦା ଦିଗାଲ, କୁସୁମ ଦିଗାଲ, ସୁଭଦ୍ରା ଦିଗାଲ ପ୍ରମୁଖ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୧୫ ପଞ୍ଚାତୟତର ମହିଳାମାନେ ସାମିଲ ହୋଇଥିଲେ।

Share