Advertisement
Categories: ଖେଳ

ମହିଳା ଟି୨୦ ଚ୍ୟାଲେଞ୍ଜ ଜୟପୁରରେ

ନୂଆଦିଲ୍ଲୀ, ୨୪ା୪ (ପି.ଟି.)- ଆସନ୍ତା ମାସରେ ପ୍ଲେ-ଅଫ୍‌ ସପ୍ତାହ ବେଳେ ଜୟପୁରରେ ୩ଟି ମହିଳା ଦଳକୁ ନେଇ ଟି୨୦ ଚ୍ୟାଲେଞ୍ଜ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। ମେ ୬ ରେ ସୁପରନୋଭାସ ଓ ଟ୍ରେଲ୍‌ ବ୍ଲେଜର୍ସ ମଧ୍ୟରେ ମ୍ୟାଚ ଖେଳାଯିବାକୁଥିବା ବେଳେ ମେ ୮ରେ ଭେଲୋସିଟି ଦଳ ସୁପରନୋଭାସ ବିପକ୍ଷରେ ଖେଳିବ। ପ୍ରତ୍ୟେକ ଦଳ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ। ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ ମେ ୧୧ରେ ଅନୁଷ୍ଠିତ ହେବ। ଦଳଗୁଡ଼ିକରେ ଭାରତୀୟ କ୍ରିକେଟ’ର ବର୍ତ୍ତମାନ ଓ ଭବିଷ୍ୟତର ଖେଳାଳି ଏବଂ ବିଶ୍ୱର ଶ୍ରେଷ୍ଠ ଖେଳାଳି ସ୍ଥାନ ପାଇବେ। ହରମନପ୍ରୀତ କୌର, ମିଥାଲି ରାଜ ଏବଂ ସ୍ମୃତି ମନ୍ଧାନା ଏହି ତିନୋଟି ଦଳର ନେତୃତ୍ୱ ନେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।