Categories: ଖେଳ

ମହିଳା ଟି୨୦: ବର୍ଷା ଯୋଗୁ ୨ୟ ମ୍ୟାଚ୍‌ ବାତିଲ

ସୁରତ, ୨୭।୯- ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ମଧ୍ୟରେ ଗୁରୁବାର ଖେଳାଯିବାକୁ ଥିବା ୨ୟ ଟି୨୦ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ପ୍ରବଳ ବର୍ଷା କାରଣରୁ ମ୍ୟାଚ୍‌ର ଟସ୍‌ ପଡ଼ିବା ସମ୍ଭବପର ହୋଇପାରି ନ ଥିଲା। ଫଳରେ ଅମ୍ପାୟର ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ପାଞ୍ଚ ମ୍ୟାଚ୍‌ବିଶିଷ୍ଟ ସିରିଜର ୩ୟ ମ୍ୟାଚ୍‌ ରବିବାର ଏହି ଗ୍ରାଉଣ୍ଡରେ ଖେଳାଯିବ। ପୂର୍ବରୁ ପ୍ରଥମ ମ୍ୟାଚ୍‌କୁ ୧୧ ରନରେ ଜିତି ହର୍‌ମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।

Share