Categories: ଖେଳ

ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ଯୋଗଦେଇଥିଲେ କରୋନାରେ ଆକ୍ରାନ୍ତ ଦର୍ଶକ : ଏମ୍‌ସିଜି

ମେଲବୋର୍ନ,୧୩।୩(ପି.ଟି.)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ(ଏମ୍‌ସିଜି)ଠାରେ ଗତ ୮ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଯୋଗଦେଇଥିବା ଜଣେ ଦର୍ଶକ କରୋନା ଭାଇରସରେ ପୀଡ଼ିତ ଥିଲେ। କିନ୍ତୁ ତାଙ୍କଠାରୁ ଭାଇରସ ବ୍ୟାପିବାର ସମ୍ଭାବନା ଖୁବ୍‌ କମ ଥିଲା। ରବିବାର ମହିଳା ଟି୨୦ ବିଶ୍ୱକପ୍‌ ବେଳେ ମେଲବୋର୍ନରେ ଉପସ୍ଥିତ ଥିବା ଜଣେ ଦର୍ଶକ ଏବେ କରୋନା ପୀଡ଼ିତ। ତାଙ୍କ ଉପଚାର ଚାଲିଛି ବୋଲି ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଉକ୍ତ ବ୍ୟକ୍ତିଙ୍କଠାରେ ଥିବା ଭାଇରସ ଆଖପାଖରେ ଥିବା ଲୋକଙ୍କୁ ବ୍ୟାପିବାର ଖୁବ୍‌ କମ ସମ୍ଭାବନା ଥିଲା। ଉକ୍ତ ଦର୍ଶକ ନର୍ଦନ ଷ୍ଟାଣ୍ଡର ଲିଭେଲ ୨ର ଏନ୍‌୪୨ ସେକଶନରେ ବସିଥିଲେ। ଯେଉଁମାନେ ସେହି ସେକଶନରେ ବସିଥିଲେ, ସେମାନେ ନିଜ ଦୈନ୍ୟନ୍ଦିନ କାର୍ଯ୍ୟ ଜାରି ରଖନ୍ତୁ। ଯଦି ସେମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉଛି, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ବୋଲି ଡିପାର୍ଟମେଣ୍ଟ ଅଫ୍‌ ହେଲ୍‌ଥ ଓ ହ୍ୟୁମାନ ସର୍ଭିସେସ (ଡିଏଚ୍‌ଏଚ୍‌ଏସ୍‌) ପକ୍ଷରୁ କୁହାଯାଇଛି।

Share