Posted inଖେଳ

ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଦୁବାଇ,୯ା୧୦: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ମହିଳା ଟି୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ହରମନପ୍ରୀତ କୌରଙ୍କ ଦଳ ବୁଧବାର ଶ୍ରୀଲଙ୍କାକୁ ୮୨ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୩ ଉଇକେଟରେ ୧୭୨ ରନ୍‌ କରିଥିଲା।୧୭୩ ରନ ବିଜୟ ଲକ୍ଷ୍ୟ ଥିବାବେଳେ ଶ୍ରୀଲଙ୍କା ୧୯.୫ ଓଭରରେ ମାତ୍ର ୯୦ ରନକରି ଅଲ୍‌ଆଉଟ ହୋଇଛି।

ଦଳର କୌଣସି ବ୍ୟାଟର ଭାରତୀୟ ବୋଲରଙ୍କୁ ଉଚିତ ମୁକାବିଲା କରିପାରି ନ ଥିଲେ। କଭିଶା ଦିଲହରି ସର୍ବାଧିକ ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତର ସମସ୍ତ ବୋଲର ଚମତ୍କାର ବୋଲିଂ କରିଥିଲେ। ଅରୁନ୍ଧତୀ ରେଡ୍ଡୀ ଓ ଆଶା ଶୋଭନା ୩ଟି ଲେଖାଏ, ରେଣୁକା ସିଂ ୨ଟି ଏବଂ ଶ୍ରେୟଙ୍କା ପାଟିଲ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୭ ବଲ୍‌ରୁ ୮ ଚୌକା ଓ ୧ ଛକା ସହାୟତାରେ ୫୨ ରନକରି ଅପରାଜିତ ରହିଥିବା ହରମନପ୍ରୀତ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟ ଦ୍ୱାରା ଭାରତର ରନ୍‌ହାର ୦.୫୬୭ ହୋଇ ଯାଇଛି। ୩ ମ୍ୟାଚରୁ ୪ ପଏଣ୍ଟ ସହିତ ଭାରତ ଗ୍ରୁପ୍‌ ‘ଏ’ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହରମନ୍‌ପ୍ରୀତ୍‌ ଫିଟ୍‌ ହୋଇ ଖେଳିଥିବା ବେଳେ ଭାରତ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇଥିଲା। ଦଳ ପକ୍ଷରୁ ମନ୍ଧାନା(୫୦) ଓ ଶେଫାଳି ବର୍ମା(୪୩) ପ୍ରଥମ ଉଇକେଟରେ ୯୮ ରନ୍‌ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ମନ୍ଧାନା ପ୍ରଥମରୁ ଧୀମା ବ୍ୟାଟିଂ କରିଥିବା ବେଳେ ଶେଫାଳି ଆଟାକ୍‌ କରିଥିଲେ। ପରେ ସେଟ୍‌ ହେବା ପରେ ମନ୍ଧାନା ଆକ୍ରମଣାତ୍ମକ ବ୍ୟାଟିଂ କରି ଚଳିତ ବିଶ୍ୱକପର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୮ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରି ୫୦ ରନ୍‌ କରିଥିଲେ। ୧୩ ତମ ଓଭରରେ ଉଭୟ ଖେଳାଳି ଲଗାତାର ବଲ୍‌ରେ ଆଉଟ ହୋଇଥିଲେ। ମନ୍ଧାନା ରନ୍‌ ଆଉଟ ହୋଇଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଶେଫାଳି ପ୍ୟାଭିଲିୟନ ଫେରିଥିଲେ। ଶେଫାଳି ୪୦ ବଲ୍‌ ଖେଳି ୪ ଚୌକା ସହ ୪୩ ରନ୍‌ କରିଥିଲେ।

ପରବର୍ତ୍ତୀ ଉଇକେଟରେ ଜେମିମା ରୋଡ୍ରିଗୁଏଜ(୧୬) ଓ ହରମନ୍‌ପ୍ରୀତ୍‌ କୌର(୫୨*) ୩୦ ରନ୍‌ ଯୋଡିଥିଲେ। ଜେମିମା ୧୦ ବଲ୍‌ରୁ ୧୬ ରନ୍‌ କରି ଆମା କଞ୍ଚନାଙ୍କ ଶିକାର ହୋଇଥିଲେ। ପରବର୍ତ୍ତୀ ବ୍ୟାଟର ରିଚା ଘୋଷଙ୍କ ସହ ୨୨ ବଲ୍‌ରୁ ୪୨ ରନ୍‌ ଯୋଡିଥିଲେ ହରମନପ୍ରୀତ୍‌। ଏହା ମଧ୍ୟରେ ରିଚାଙ୍କ ଅବଦାନ ମାତ୍ର ୬ ରନ ରହିଥିଲା। ହରମନ୍‌ପ୍ରୀତ ଶେଷ ଯାଏ ଅପରାଜିତ ରହିଥିବା ବେଳେ ୨୭ ବଲ୍‌ ଖେଳି ୮ ଚୌକା ଓ ୧ ଛକା ସହ ୫୨ ରନ୍‌ ସ୍କୋର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଆମା କଞ୍ଚନା ଓ ଚମାରି ଅଟ୍ଟାପଟ୍ଟୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୀତୀଶ ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ସଫଳତା: ଭାରତ ଟି୨୦ ସିରିଜ ବିଜୟୀ

ନୂଆଦିଲ୍ଲୀ,୯ା୧୦: ନୀତୀଶ କୁମାର ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮୬ ରନରେ ପରାସ୍ତ କରିଛି।...

ରିଙ୍କୁ-ନୀତିଶଙ୍କ ଧୂଆଁଧାର ଅର୍ଦ୍ଧଶତକ: ବାଂଲାଦେଶ ଆଗରେ ୨୨୨ ରନର ଟାର୍ଗେଟ

ନୂଆଦିଲ୍ଲୀ,୯ା୧୦: ଭାରତୀୟ ଦଳ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ...

ଭାଜପା ଗଡ଼ରେ ବାଜି ମାରିନେଲେ ଭିନେଶ, ୧୯ ବର୍ଷ ପରେ ଜିତିଲା କଂଗ୍ରେସ

ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ମତଗଣନା ମଙ୍ଗଳବାର କରାଯାଉଛି। ରାଜ୍ୟର ଜିନ୍ଦ ଜିଲାର ହଟ୍‌ ସିଟ୍‌ ମଧ୍ୟରେ ରହିଥିବା ଜୁଲାନା ଆସନରୁ କଂଗ୍ରେସ ଟିକେଟରେ...

ଶ୍ରୀଲଙ୍କା କ୍ରିକେଟ୍‌ରେ ବଡ଼ ପରିବର୍ତ୍ତନ: ଏହି କ୍ରିକେଟ୍‌ର ହେଲେ ଫୁଲ୍‌ଟାଇମ କୋଚ୍‌

କଲମ୍ବୋ, ୭ା୧୦: ପୂର୍ବତନ ଅଧିନାୟକ ସନଥ ଜୟସୁରିୟା ସୋମବାର ଶ୍ରୀଲଙ୍କା କ୍ରିକେଟ ଦଳର ଫୁଲ୍‌ଟାଇମ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୬ ଟି୨୦...

ଗୌତମ ଗମ୍ଭୀରଙ୍କ ପାଦ ଚାଟିବା ଉଚିତ୍‌ ନୁହେଁ…କାହିଁକି ଏମିତି କହିଲେ ଗାଭାସ୍କର

ନୂଆଦିଲ୍ଲୀ,୭।୧୦: ଗୌତମ ଗମ୍ଭୀରଙ୍କ କୋଚିଂରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ ପ୍ରଦର୍ଶନ କରିଛି। ବିଶେଷକରି ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଟିମ ଇଣ୍ଡିଆ ଜବରଦସ୍ତ...

ଜିମ୍ନାଷ୍ଟିକ୍‌କୁ ବାଏ ବାଏ କହିଲେ ଦୀପା କର୍ମକାର

ନୂଆଦିଲ୍ଲୀ,୭ା୧୦(ପି.ଟି.): ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ସୋମବାର ଅବସର ଘୋଷଣ କରିଛନ୍ତି। ପ୍ରଥମ ଭାରତୀୟ ଭାବରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବେଳେ ରିଓ ୨୦୧୬ରେ...

କିଙ୍ଗ କୋହଲିଙ୍କ ‘ମହାରେକର୍ଡ’ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୭।୧୦: ଗ୍ବାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି -୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଚମତ୍କାର ଇନିଂସ ଖେଳିଥିଲେ। ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ...

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୬ା୧୦: ମହିଳା ଟି୨୦ ବିଶ୍ୱକପରେ ପାକିସ୍ତାନକୁ ୬ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri