Categories: ଖେଳ

ମହିଳା ଡାକ୍ତରଙ୍କୁ ଗଣବଳାତ୍କାର, ହତ୍ୟା: ନ୍ୟାୟ ମାଗିଲେ ଯୁବି, ଭଜି

ହାଇଦ୍ରାବାଦ,୦୧।୧୧- ନିକଟରେ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଅପହରଣ, ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦେବାକୁ ସୋସିଆଲ ମିଡିଆରେ କ୍ୟାମ୍ପେନ ଚାଲିଛି। ଏଥିରେ ସାମିଲ ହୋଇଛନ୍ତି ଦୁଇ ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂ (ଯୁବି) ଓ ହରଭଜନ ସିଂ (ଭଜି)। ଭଜି ଟୁଇଟ୍‌ କରି ଲେଖିଛନ୍ତି ଯେ, ଆମକୁ ଲାଜ ଲାଗୁଛି। ଏଭଳି ଜଘନ୍ୟ ଘଟଣା ଘଟି ଚାଲିଛି। କିନ୍ତୁ କିଛି ପରିବର୍ତ୍ତନ ହେଉ ନାହିଁ। ଏଭଳି ଅପରାଧୀଙ୍କ ପାଇଁ ଆମେ କାହିଁକି କଡ଼ା ଆଇନ ପ୍ରସ୍ତୁତ କରିପାରୁନାହୁଁ? ବଳାତ୍କାରୀଙ୍କୁ ପୂରା ସହର ଆଗରେ ଫାଶୀ ଦିଆଯାଇ ଉଦାହରଣ ସୃଷ୍ଟି କରାଯିବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣା ପ୍ରତି ଧ୍ୟାନ ଦିଅନ୍ତୁ। ସେହିଭଳି ବର୍ବର ଓ ଭୟଙ୍କର ଖବର ହୃଦୟ ବିଦାରକ ଓ ଚିନ୍ତାଜନକ ବିଷୟ। ଫାଶୀ ଦଣ୍ଡ ଦିଆଯାଉ। ପୀଡ଼ିତାଙ୍କ ପରିବାର ଓ ବନ୍ଧୁଗଣଙ୍କ ସହ ମୋର ସଦ୍‌ଭାବନା ରହିଛି ବୋଲି ଯୁବି ଟୁଇଟ୍‌ କରିଛନ୍ତି। ସୂଚନାଥାଉ କି, ଏହି ଘଟଣାରେ ଜଡ଼ିତ ୪ ବଳାତ୍କାରୀଙ୍କୁ ପୋଲିସ ଗିରଫ କରିସାରିଥିବା କହିଛି।

Share