Categories: ଜାତୀୟ

ମହିଳା ଡାକ୍ତରଙ୍କୁ ଜାଳିଦେଲେ, ନ୍ୟାୟ ପାଇଁ ସୋସିଆଲ ମିଡିଆରେ କ୍ୟାମ୍ପେନ୍‌ ଆରମ୍ଭ

ହାଇଦ୍ରାବାଦ,୨୯।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଦନଗର ଅଞ୍ଚଳରୁ ଜଣେ ମହିଳା ଡାକ୍ତରଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ଏକ କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ପୋଲିସ୍‌ ମାମଲାର ଯାଞ୍ଚ୍‌ ପାଇଁ ୧୦ ଜଣିଆ ଟିମ୍‌ ଗଠନ କରିଛି। କୁହାଯାଉଛି, ଉକ୍ତ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପ୍ରମାଣ ଲୁଚାଇବାକୁ ତାଙ୍କୁ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ୨୨ ବର୍ଷୀୟ ଜଣେ ମହିଳା ପଶୁ ଡାକ୍ତର ବୁଧବାର କୋଲ୍ଲୁରସ୍ଥିତ ପ୍ରାଣୀଚିକିତ୍ସାଳୟକୁ ଡ୍ୟୁଟିରେ ଯାଇଥିଲେ। ସେ ଟୋଲ ପ୍ଲାଜା ପାଖରେ ପାର୍କିଂ କରିଥିଲେ। ରାତିରେ ଘରକୁ ଫେରିବାବେଳେ ତାଙ୍କ ସ୍କୁଟି ପଙ୍କଚର ହୋଇଯାଇଥିବା ଦେଖିବାକୁ ପାଇଥିଲେ। ପରେ ନିଜ ଭଉଣୀଙ୍କୁ ଫୋନ୍‌ କରି ଏକଥା କହିଥିଲେ। ସ୍କୁଟି ସେଠି ରଖି କ୍ୟାବ୍‌ରେ ଘରକୁ ଫେରିବାକୁ ଭଉଣୀ ତାଙ୍କୁ କହିଥିଲେ। କିଛି ସମୟରେ ପରେ ଉକ୍ତ ମହିଳାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡିଥିଲା। ପରେ ତାଙ୍କ ପରିବାର ଲୋକେ ରାତି ୧୧ଟାରେ ପୋଲିସରେ ମାମଲା ରୁଜୁ କରିଥିଲେ। ପୋଲିସ ବହୁ ଖୋଜାଖୋଜି ପରେ ଗୁରୁବାର ମହିଳାଙ୍କ ଦୁଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା।

Share