Advertisement

ମହିଳା ଦିବସରେ ସଦ୍ୟ ଶିଶୁକନ୍ୟାକୁ ଡ୍ରେନ୍‌ରେ ଫିଙ୍ଗିଦେଲେ

ବଲାଙ୍ଗୀର ଅଫିସ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସରେ ବଲାଙ୍ଗୀରରେ ଏକ ଅଭାବନୀୟ ଘଟଣା ଘଟିଛି । ସଦ୍ୟଜାତ ଏକ ଶିଶୁକନ୍ୟାକୁ କେହି ତୁଳସୀନଗରର ଏକ ଡ୍ରେନ୍‌ରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି । ଅଞ୍ଚଳର ଆଲୋକ ଖର୍ସେଲ ନାମକ ଜଣେ ଯୁବକ ସମ୍ପୃକ୍ତା ଶିଶୁକନ୍ୟାକୁ ଉଦ୍ଧାର କରି ନିକଟସ୍ଥ ଆୟୁର୍ବେଦିକ କଲେଜ ହସ୍ପିଟାଲକୁ ନେଇଥିଲେ। ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି। ତେବେ ମହିଳା ଦିବସରେ ଶିଶୁକନ୍ୟାକୁ ଡ୍ରେନରେ ଫିଙ୍ଗି ଦେଇଥିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share