ମହିଳା ଦିବସରେ ସମସ୍ତ ଥାନାଧିକାରିଣୀଙ୍କୁ ଡିଜିଙ୍କ ପ୍ରଶଂସା

କଟକ ଅଫିସ,୮ା୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ମହିଳା ଥାନା ଅଧିକାରିଣୀଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜି) ଅଭୟ। ଡିଜିଙ୍କ ଟୁଇଟର୍‌ରେ ଲେଖାଯାଇଛି, ରାଜ୍ୟବ୍ୟାପୀ ବିଭିନ୍ନ ଥାନା ଦାୟିତ୍ୱରେ ବର୍ତ୍ତମାନ ୧୦୩ ଜଣ ଇନ୍ସପେକ୍ଟର ଏବଂ ସବ୍‌ଇନ୍ସପେକ୍ଟର କାର୍ଯ୍ୟରତ। ଏହା ଆମ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ଏଥି ସହିତ ଡିଜିଙ୍କ ପକ୍ଷରୁ ଥାନା ଦାୟିତ୍ୱରେ ଥିବା ସମସ୍ତ ମହିଳା ଇନ୍ସପେକ୍ଟର ଏବଂ ଇନ୍ସପେକ୍ଟରମାନଙ୍କ ଫଟୋ ଶେୟାର କରାଯାଇଛି।

Share