Categories: ଫୁରସତ

ମହିଳା ପାଳିଥିଲେ ୧୪୦ ସାପ : ମୃତ୍ୟୁ ସମୟରେ ବେକରେ ଗୁଡ଼େଇ ହୋଇଥିଲା ଅଜଗର

ସାପକୁ ବିଷଧର ଜନ୍ତୁ କୁହାଯାଇଥାଏ। ଯାହାକୁ ଦେଖି ଡର ଲାଗେ। ତାକୁ ଘରେ ପାଳି ପୋଷି ରଖିବା ଅସାଧାରଣ କଥା। ତେବେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ଏହି ଅସାଧାରଣ କଥାକୁ ସାଧାରଣ ଭାବେ ଗ୍ରହଣ କରିଥାନ୍ତି। ସାପ ପାଳିବା ସେମାନଙ୍କ ସଉକ ହୋଇଥାଏ। ସେହିପରି ଜଣେ ମହିଳା ହେଉଛନ୍ତି ଆମେରିକା ଅକ୍ସଫୋର୍ଡ଼ରେ ରହୁଥିବା ୩୬ ବର୍ଷୀୟ ଲୋରା ହର୍ଟ ନିଜ ଘରେ୧୪୦ ସାପ ପାଳିଥିଲେ। ଯେଉଁ ସାପ ତାଙ୍କ ମୃତ୍ୟୁର କାରଣ ହୋଇଥିଲା।
ହର୍ଟ ଘରେ ପଡ଼ିଥିବା ଦେଖି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଏକ ୮ ଫୁଟର ଅଜଗର ତାଙ୍କ ବେକରେ ଗୁଡ଼େଇ ହୋଇଥିବାର ଦେଖିଥିଲା। ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ଅନୁମାନ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ପଡ଼ୋଶୀଙ୍କ କହିବା ଅନୁଯାୟୀ, ହର୍ଟଙ୍କ ଘରେ ୧୪୦ ସାପ ରହିଛନ୍ତି। ସେଥିରୁ ୨୦ଟି ସେ କିଣିଥିବାବେଳେ ଅନ୍ୟଗୁଡ଼ିକୁ ଆଣି ରଖିଥିଲେ।

Share