ମହିଳା ପୁରୁଷଙ୍କଠାରୁ ଭଲ, ଶକ୍ତିଶାଳୀ: ଅକ୍ଷୟ

ମୁମ୍ବାଇ: ମୁମ୍ବାଇର ଖିଲାଡି ବୟ ଅକ୍ଷୟ କୁମାର କହିଛନ୍ତି ମହିଳା ପୁରୁଷଙ୍କଠାରୁ ଭଲ ଓ ଶକ୍ତିଶାଳୀ। ଅକ୍ଷୟ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’କୁ ନେଇ ଏମିତି କହିଛିନ୍ତି। ମାତ୍ର ୩୨ ଦିନରେ ଫିଲ୍ମଟି ଶୁଟିଂ ସରିଛି। ଏହା ଆସନ୍ତ ୧୫ ଅଗଷ୍ଟରେ ରିଲିଜ୍‌ ହେବ ବୋଲି ଯୋଜନା ରହିଛି। ସ୍ପେଶ ମିଶନକୁ ନେଇ ବଲିଉଡ୍‌ର ଏହା ପ୍ରଥମ ଫିଲ୍ମ ହୋଇଥିବା ବେଳେ ମାତ୍ର ୪୫୦ କୋଟି ଟଙ୍କାରେ ମଙ୍ଗଳ ପର୍ଯ୍ୟନ୍ତ ପହଞ୍ଚି ହୋଇଛି ଭାବି ଅକ୍ଷୟ ଆଶ୍ଚର୍ଯ୍ୟ ହେଉଥିବା କହିଛନ୍ତି। ସେ କହିଛନ୍ତି, ରଜନୀକାନ୍ତ ଓ ତାଙ୍କ ଅଭିନୀତ ଫିଲ୍ମ ‘୨.୦’ର ବେଜଟ୍‌ ଏହାଠାରୁ ଅଧିକ ଥିବା ବେଳେ ଏହା କିପରି ଏତେ କମ୍‌ ଖର୍ଚ୍ଚରେ ହୋଇପାରିଛି। ଏହି ଫିଲ୍ମ ମାଧ୍ୟମରେ ନାରୀ ସଶକ୍ତିକରଣ କଥା କୁହାଯାଇଛି। ଫିଲ୍ମରେ ସ୍ପଷ୍ଟ ଭାବେ କୁହାଯାଇଛି କି ମହିଳା କେବଳ ପୁରୁଷଙ୍କ ସମକକ୍ଷ ନୁହେଁ, ଏମାନେ ପୁରୁଷଙ୍କ ଅପେକ୍ଷା ଭଲ ଓ ଶକ୍ତିଶାଳୀ। ସୂଚନାଯୋଗ୍ୟ, ଏଥିରେ ଅକ୍ଷୟଙକ ବ୍ୟତିତ ସୋନାକ୍ଷି ସିହ୍ନା, ବିଦ୍ୟା ବଲାନ, ତାପସି ପନ୍ନୁ ଆଦି ଅଭିନୟ କରିଛନ୍ତି।

Share