Posted inଖେଳ

ମହିଳା ଫିଫା ବିଶ୍ୱକପ୍‌:ନକ୍‌ଆଉଟ୍‌ ପର୍ଯ୍ୟାୟରେ କାମେରୁନ

ପ୍ୟାରିସ,୨୧।୬(ଏଏଫ୍‌ପି)- ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆଜାରା ନଚଟଙ୍କ ଗୋଲ ଯୋଗୁ କାମେରୁନ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ରୋମାଞ୍ଚକ ବିଜୟ ସହ କାମେରୁନ ଦଳ ଚଳିତ ମହିଳା ଫିଫା ବିଶ୍ୱକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଧାର୍ଯ୍ୟ ୯୦ ମିନିଟ୍‌ ଶେଷ ପରେ ମ୍ୟାଚ୍‌ ରେଫରି ଅତିରିକ୍ତ ୫ ମିନିଟ୍‌ ଦେଇଥିଲେ। ସମୟ ଶେଷ ହେବାର ୧୦ ସେକେଣ୍ଡ ପୂର୍ବରୁ ନଚଟଙ୍କ ଗୋଲ କାମେରୁନକୁ ମ୍ୟାଚ୍‌ ଜିତାଇ ଦେଇଥିଲା। ଏଥିପୂର୍ବରୁ ସେ ମ୍ୟାଚ୍‌ର ୫୭ ମିନିଟ୍‌ରେ ଦଳ ଲାଗି ପ୍ରଥମ ଗୋଲ ସ୍କୋର କରିଥିଲେ। ଜବାବରେ କାମେରୁନ ଖେଳାଳି ଅରେଲ ଅବୋନା ଆତ୍ମଘାତୀ ଗୋଲ ଦେଇଥିଲେ। ବିଜୟ ଯୋଗୁ କାମେରୁନ ୩ ପଏଣ୍ଟ ସହ ଗ୍ରୁପ ଇ’ର ୩ୟ ସ୍ଥାନ ହାସଲ କରିଛି। ୧୬ ଦଳ ବିଶିଷ୍ଟ ନକ୍‌ଆଟ୍‌ ପର୍ଯ୍ୟାୟରେ ୬ ଗ୍ରୁପ୍‌ର ଶୀର୍ଷ ଦୁଇ ଦଳ ଓ ସର୍ବାଧିକ ପଏଣ୍ଟ ସହ ୩ୟ ସ୍ଥାନରେ ଥିବା ୪ ଦଳ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ସୃଷ୍ଟି କଲେ ୧୪ ବର୍ଷୀୟ ଇରା ଯାଦବ, ୧୫୭ ବଲରେ କଲେ ୩୪୬ ରନ୍

ମୁମ୍ବାଇ,୧୨।୧: ଆଗାମୀ ୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଭାରତ ପାଇଁ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟା ଇରା ଯାଦବ...

କୋହଲିଙ୍କ ପାଖରେ ଏବେ ମାତ୍ର ୨ ମାସ ବାକି…

ନୂଆଦିଲ୍ଲୀ,୧୨।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ...

ବାଲାଂଦେଶର ଏହି କ୍ରିକେଟରଙ୍କୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୧୨।୧: ଉଚ୍ଚସ୍ତରୀୟ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିବାରୁ ନିଷିଦ୍ଧ ହୋଇଥିବା ଶାକିବ ଅଲ ହାସନ ମଧ୍ୟ ତାଙ୍କ ବୋଲିଂ ଆକ୍ସନର ଦ୍ୱିତୀୟ ଯାଞ୍ଚରେ...

ଏହିଦିନ ଆରମ୍ଭ ହେବ ଆଇପିଏଲ ୨୦୨୫, ଜାଣନ୍ତୁ ଫାଇନାଲ ତାରିଖ

ମୁମ୍ବାଇ,୧୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଟୁର୍ଣ୍ଣାମେଣ୍ଟ କେଉଁ ତାରିଖରେ ଆରମ୍ଭ ହେବାକୁ ଯାଉଛି ତାହା...

ପୁଣି ରଣଜୀ ଟ୍ରଫି ଖେଳିବେ ରୋହିତ-କୋହଲି; ବିସିସିଆଇ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ,୧୨।୧: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର ଗାାସ୍କର ଟ୍ରଫିରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏଣୁ ଉଭୟ ଘରୋଇ କ୍ରିକେଟ ଖେଳୁଥିବା...

ଚାମ୍ପିୟନ୍ସ ଟ୍ରଫି ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଖ୍ରୀଷ୍ଟଚର୍ଚ୍ଚ,୧୨।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ନ୍ୟୁଜିଲାଣ୍ଡ ଟିମ୍‌ ଘୋଷଣା ହୋଇଛି। ଏହି ଟିମ୍‌ର ଅଧିନାୟିକତ୍ୱ ମିଚେଲ୍‌ ସ୍ୟାଣ୍ଟନର୍‌ କରିବେ। ଦିନିକିଆ ସ୍କ୍ବାଡକୁ କେନ୍‌ ଓ୍ବିଲିୟମସନ୍‌,...

ମୋ ସ୍ତ୍ରୀ ବହୁତ ସୁନ୍ଦର, ମୁଁ ତାଙ୍କୁ ଦେଖିବାକୁ ଭଲ ପାଏ: କାମ ବିତର୍କ ମଧ୍ୟରେ କାହିଁକି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୨।୧: ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ ବଡ଼ କଥା କହିଛନ୍ତି। କାମର ପରିମାଣ ଉପରେ ନୁହେଁ, କାମର ଗୁଣବତ୍ତା ଉପରେ ଧ୍ୟାନ ଦେବା...

ଦଳିତ ଆଥ୍‌ଲେଟ୍‌ଙ୍କୁ ୫ ବର୍ଷ ଗଣବଳାତ୍କାର

ଥିରୁଭାନନ୍ତପୁରମ, ୧୨ା୧:କେରଳର ପଥାନାମଥିଟ୍ଟା ଜିଲାରେ ଜଣେ ୧୮ ବର୍ଷୀୟା ଦଳିତ ଝିଅଙ୍କୁ ୫ ବର୍ଷ ମଧ୍ୟରେ ୬୪ ଜଣ ଗଣବଳାତ୍କାର କରିଥିବାର ଏକ ଚାଞ୍ଚଲ୍ୟକର ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image