Categories: ଖେଳ

ମହିଳା ଫିଫା ବିଶ୍ୱକପ୍‌:ପ୍ରିକ୍ୱାର୍ଟରରେ ଇଂଲଣ୍ଡ, ଇଟାଲି

ଲେ ହାରେର(ଫ୍ରାନ୍ସ),୧୫।୬(ଏଏଫ୍‌ପି): ଇଂଲଣ୍ଡ ଓ ଇଟାଲି ଏଠାରେ ଚାଲିଥିବା ମହିଳା ଫିଫା ବିଶ୍ୱକପ୍‌ର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଇଂଲଣ୍ଡ ୧-୦ ଗୋଲରେ ଆର୍ଜେଣ୍ଟିନାକୁ ହରାଇଥିବାବେଳେ ଇଟାଲି ୫-୦ ବ୍ୟବଧାନରେ ଜାମାଇକାକୁ ପରାସ୍ତ କରିଛି। ଇଂଲଣ୍ଡ ପାଇଁ ଯୋଡି ଟେଲର ଏକମାତ୍ର ସ୍କୋର କରିଥିଲେ। ସେହିଭଳି ଇଟାଲି ପାଇଁ କ୍ରିଷ୍ଟିନା ଗିରେଲି ହ୍ୟାଟ୍ରିକ ଗୋଲ ଦେଇଥିଲେ। ଏହି ଦୁଇ ଦଳ ବ୍ୟତୀତ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ରାଉଣ୍ଡ ୧୬କୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଜାପାନକୁ ନକ୍‌ଆଉଟ୍‌ ରାଉଣ୍ଡରେ ପ୍ରବେଶ କରିବା ପାଇଁ ଏକ ପଏଣ୍ଟ ଦରକାର। ଏଣୁ ଜାପାନକୁ ପ୍ୟାରିସଠାରେ ଖେଳାଯିବାକୁ ଥିବା ସ୍କଟଲାଣ୍ଡ ବିପକ୍ଷ ମୁକାବିଲାକୁ ଅତିକମ୍‌ରେ ଅମୀମାଂସିତ ରଖିବାକୁ ପଡ଼ିବ।

Share